ଜଳବନ୍ଦୀ ଘେରରେ ୩୦ ପରିବାର

0

( ସର୍ବେଶ୍ୱର ପାତ୍ର) : ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ ଦଳିତ ବସ୍ତିର ୩୦ ପରିବାର ଜଳବନ୍ଦୀ ଘେରରେ । ଲଗାଣ ବର୍ଷା ଯୋଗୁଁ ଘରରେ ପାଣି ପଶିଯିବାରୁ ଘର ଭାଙ୍ଗିଯାଇଛି । ଦୀର୍ଘ ବର୍ଷ ହେଲା ଏହି ବସ୍ତି ଏଠାରେ ରହିଆସିଛି । ଉପର ମୁଣ୍ଡରୁ କେନାଲ ପାଣି ଆସି ଘର ଭିତରେ ପଶିବା ଫଳରେ ଜୀବନଯାବନ କରିବା ଅସ୍ତବ୍ୟସ୍ତ ହୋଇପଡେ । ଲଗାଣ ହେବା ଫଳରେ କେନାଲରୁ ପାଣି ସବୁ ଘରେ ଭିତରେ ପଶିଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ହେବା ପରଠାରୁ ପାଣି ନିଷ୍କାସନ ହେବାର ବ୍ୟବସ୍ଥା ବନ୍ଦ ହୋଇଯିବା ଫଳରେ ବସ୍ତି ବାସିଙ୍କ ପାଇଁ ଦୁଃଖ ବଢିଗଲା । ଏନେଇ ପ୍ରଶାସନକୁ ଯେତେ ଗୁହାରି କଲେବି କୌଣସି ସୁଫଳ ମିଳୁନାହିଁ । ଜଳବନ୍ଦୀ ଘେରରେ ଭୋକ ଉପାସରେ ପଡିରହିଛନ୍ତି ବସ୍ତିବାସିନ୍ଦା ।

ସେପଟେ ଆଜି ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କଲେ ତହସିଲଦାର ।