କାର୍ ଭିତରେ ଅନ୍ୟ ମହିଳାଙ୍କ ସହ ଫିଲ୍ମ ନିର୍ମାତାଙ୍କୁ ଦେଖି ଦେଲେ ପତ୍ନୀ : ସ୍ତ୍ରୀ ଉପରେ କାର୍ ଚଢ଼ାଇ ଦେଲେ ଫିଲ୍ମ ନିର୍ମାତା
ମୁମ୍ବାଇ : ସ୍ତ୍ରୀଉପରେ କାର୍ ଚଢ଼ାଇ ଦେଲେ ଫିଲ୍ମ ନିର୍ମାତା। ପାର୍କିଂ ଏରିଆରେ କାର୍ ଭିତରେ ଅନ୍ୟ ମହିଳାଙ୍କ ସହ ଫିଲ୍ମ ନିର୍ମାତାଙ୍କୁ ପତ୍ନୀ ଦେଖି ଦେବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା। ଅନେକ ଥର ସେଲିବ୍ରେଟିମାନଙ୍କର ଏହିପରି ଘଟଣା ସାମ୍ନାକୁ ଆସେ, ଯାହା କେବଳ ବିଶ୍ୱାସ କରିବା କଷ୍ଟକର ନୁହେଁ ବରଂ ସେମାନେ ପ୍ରଶଂସକମାନଙ୍କୁ ଆଘାତ ମଧ୍ୟ ଦିଅନ୍ତି । ଯାହା ବର୍ତମାନ ଏହି ଫିଲ୍ମ ନିର୍ମାତାଙ୍କ ପକ୍ଷରେ ଘଟିଛି | ରିପୋର୍ଟ ଅନୁଯାୟୀ, ପ୍ରଡ୍ୟୁସରଙ୍କ ସ୍ତ୍ରୀ ତାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ କାର ଭିତରେ ରୋମାଣ୍ଟିକ ମୁଡରେ ଦେଖିଥିଲେ ।
କାରର କାଚ ବାଡେଇବା ସହ ତାଙ୍କ ସହ କଥା ହେଉଥିବା ବେଳେ ପ୍ରଡ୍ୟୁସର କିଶୋର ମିଶ୍ରା ହଠାତ୍ ଜୋରରେ କାର ଷ୍ଟାର୍ଟ କରିବା ସହ ତାଙ୍କୁ ଧକ୍କା ଦେଇଥିଲେ । କେବେଳ ଏତିକି ନୁହେଁ ତାଙ୍କ ଉପରେ କାର ଚଢାଇ ଦେଇଥିଲେ । ମୁମ୍ବାଇ ଅନେ୍ଧରୀ ପଶ୍ଚିମ ଇଲାକାରେ ଏହି ଘଟଣା ଘଟିବା ନେଇ କୌଣସି ସୂତ୍ରରୁ ଜାଣିବା ପରେ ଗୁରୁତର ଅବସ୍ଥାରେ ପ୍ରଡ୍ୟୁସରଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ପ୍ରଡ୍ୟୁସରଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଅଧିନରେ ମାମଲା ଦାଏର କରାଯାଇ ତଦନ୍ତ ଆରମ୍ଭ ହୋଇଛି ।