କମାଲ ଦେଖାଇଲେ ବାହୁବଳୀ କନେଷ୍ଟବଳ

0

ଭୁବନେଶ୍ୱର :ଭାରତକୁ ମିଳିଲା ଆଉଏକ ରୋପ୍ୟ ତାହାପୁଣି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ । ମାଳଦୀପ ଠାରେ ଅନୁଷ୍ଠିତ ହୋଇଥିବା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେଇଥିଲେ  ଓଡ଼ିଶାର ବାହୁବଳୀ କନେଷ୍ଟବଳ । ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ କନେଷ୍ଟବଳ ବିଚିତ୍ର ନାୟକ ପ୍ରତିନିଧିତ୍ବ କରିଥିଲେ । ଉନ୍ନତ ମାନର ସ୍ୱାସ୍ଥ୍ୟ ପ୍ରଦର୍ଶନ କରିବା ସହିତ ରୌପ୍ୟ ପଦକ ବିଜେତା ଭାବେ ବିଜୟୀ ହୋଇଥିଲେ । ଛୋଟ ବେଳୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ମନ ବଳାଇଥିଲେ ।

ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ କମାଇବାର ଲକ୍ଷ୍ୟ ରଖି ସେ ନିୟମିତ ଭାବେ ଆଖଡ଼ା ଶାଳକୁ ଯାଉଥିଲେ । ଆଖଡ଼ା ଶାଳରେ ନିୟମିତ ଘଣ୍ଟା ଘଣ୍ଟା ଧରି କଠିନ ପରିଶ୍ରମ କରିବା ସହିତ ରୁଟିନ୍ ଅନୁସାରେ ଖାଇବା ପିଇବା କରୁଥିଲେ । ଯାହା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇବାକୁ ସାହାଯ୍ୟ କରିଛି । ସେ ଏବେ କମିଶନରେଟ ପୁଲିସ ବିଭାଗରେ କନଷ୍ଟେବଳ ଭାବେ ଦାୟିତ୍ୱ ତୁଲାଉଛନ୍ତି ।ଓଡ଼ିଶାର ନାଁକୁ ଆହୁରି ଆଗକୁ ନେବାକୁ ପ୍ରୟାସ କରୁଛନ୍ତି ବିଚିତ୍ର ନାୟକ ।