( ବନବାସୀ ପ୍ରଧାନ ) : କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିବା ଜଣାପଡିଛି । ଡ୍ରାଇଭର ଭାରସାମ୍ୟ ହରାଇ ଏକ କଲଭେଟୱାଲ ଗାଡିଟିକୁ ଧକ୍କା ଦେଇଛି । ଫଳରେ ଗାଡି ଭିତରେ ଦୁଇଜଣ ଚାପି ହୋଇ ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଉଦୟଗିରି ଏନଏସି ଅଧ୍ୟକ୍ଷ ଏବଂ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଉଦୟଗିରି ମେଡିକାଲରେ ଭର୍ତି କରିଥିଲେ । ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗାଡିଟି କେଉଁ ସ୍ଥାନକୁ ଯାଉଥିଲା ତାହା ଜଣାପଡିନାହିଁ ।