ପର୍ଣ୍ଣୋଗ୍ରାଫିକ୍‌ ଫିଲ୍ମ ବିବାଦ : ” ସବୁ ଚମକୁଥିବା ଜିନିଷ ସୁନା ନୁହେଁ ” ପ୍ରତିକ୍ରିୟା ରଖିଲେ କଙ୍ଗନା ରାଣାୱତ୍‌

ପର୍ଣ୍ଣୋଗ୍ରାଫିକ୍‌ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରି ତାକୁ ବିଭିନ୍ନ ମୋବାଇଲ୍‌ ଆପ୍‌ରେ ପ୍ରସାରଣ ଅଭିଯୋଗରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା । ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା ।

0

(ମୁମ୍ବାଇ) : ପର୍ଣ୍ଣୋଗ୍ରାଫିକ୍‌ ଫିଲ୍ମ ଓ ଭିଡିଓ ପ୍ରସ୍ତୁତ କରି ତାକୁ ବିଭିନ୍ନ ମୋବାଇଲ୍‌ ଆପ୍‌ରେ ପ୍ରସାରଣ ଅଭିଯୋଗରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା । ମୁମ୍ବାଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ଆଜି ତାଙ୍କୁ ଜୁଲାଇ ୨୩ ତାରିଖ ଯାଏ ନ୍ୟାୟିକ ହାଜତକୁ ପଠାଇଛି । ତେବେ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତିରେ ରାଜ୍‌ କୁନ୍ଦ୍ରାଙ୍କ ସଂପୃକ୍ତି ବିଷୟ ଜଣାପଡ଼ିବା ପରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରାଣାୱତ୍‌ ମୁହଁ ଖୋଲିଛନ୍ତି। ସବୁ ଚମକୁଥିବା ଜିନିଷ ସୁନା ନୁହେଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ତେବେ ସେ ଇନ୍‌ଷ୍ଟଗ୍ରାମ ଏକାଉଣ୍ଟରେ ଲେଖିଛନ୍ତି, ସବୁ ଚମକୁଥିବା ଜିନିଷ ସୁନା ନୁହେଁ । ସେଥିଲାଗି ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ନାଳ ବୋଲି କହିଥାଏ । ବଲିଉଡ୍‌ର ସବୁ କଳା କାରନାମାକୁ ମୁଁ ମୋର ଅପ୍‌କମିଂ ପ୍ରଡକ୍ସନ୍‌ ‘ଟିକୁ ୱେଡ୍‌ସ ଶେରୁ’ ମାଧ୍ୟମରେ ସାମ୍ନାକୁ ଆଣିବି । ଆମକୁ ଏହି ସୃଜନାତ୍ମକ ଇଣ୍ଡଷ୍ଟ୍ରିରେ ନୈତିକତା ଉପରେ ଆଧାରିତ ମୂଲ୍ୟବୋଧଯୁକ୍ତ ବ୍ୟବସ୍ଥାର ଆବଶ୍ୟକତା ରହିଛି ।