ଡେଙ୍ଗୁର ଶିକାର ହେଲେ ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତ

0

ମୁମ୍ବାଇ: ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ। ଆଜିକାଲି ରାଜ୍ୟ ତଥା ଦେଶରେ ଅନେକ ଲୋକ ଏହି ଜ୍ୱରରେ ଆକ୍ରାନ୍ତ ହେଉଥିବା ବେଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଡେଙ୍ଗୁର ଶୀକାର ହୋଇଛନ୍ତି । କଙ୍ଗନା ରଣାଓ୍ଵତଙ୍କ ପ୍ରଡକ୍ସନ ହାଉସ ଏନେଇ ସୂଚନା ଦେଇଛି। ଏହାକୁ ନେଇ ପ୍ରଡକ୍ସନ ହାଉସ୍‌ ଇନଷ୍ଟାଗ୍ରାମ ରେ ଷ୍ଟୋରୀ ସେୟାର କରିଥିଲା।ଷ୍ଟୋରୀ ସେୟାର କରି ଲେଖିଥିଲେ ଯେ କଙ୍ଗନାଙ୍କୁ ଡେଙ୍ଗୁ ହେବା କାରଣରୁ ତାଙ୍କ ହ୍ୱାଇଟ୍ ବ୍ଲଡ ସେଲ୍ସ କମିଯାଇଥିଲା । ଯାହାଫଳରେ ସେ ଜ୍ୱରରେ ପଡିଥିଲେ ।

କିନ୍ତୁ ଏହାପରେ ମଧ୍ୟ ଆପଣ ସୁଟିଂ ସେଟକୁ ଆସି କାମ କରୁଥିଲେ। ଏହାକୁ ପ୍ୟାସନ ନୁହେଁ ବରଂ ମ୍ୟାଡନେସ କୁହନ୍ତି।”ଅନ୍ୟ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗେଡ୍ ୱେଲ ସୁନ୍ କଙ୍ଗନା ଲେଖି ପୋଷ୍ଟ କରିଥିଲେ କଙ୍ଗନାଙ୍କ ପ୍ରଡକ୍ସନ ହାଉସ । ତେବେ ବଲିଉଡ କୁଇନ୍ କଙ୍ଗନାଙ୍କୁ ଡେଙ୍ଗୁ ହେବା କଥା ଶୁଣି ତାଙ୍କ ଫ୍ୟାନ୍ସ ମାନେ କଙ୍ଗନାଙ୍କ ଆରୋଗ୍ୟ କାମନା କରିବା ସହ ବେଷ୍ଟ ୱିସେସ୍ ଦେଇଛନ୍ତି । ତାଙ୍କ ପ୍ରତି ଏତେ ଭଲପାଇବା ଦେଖି କଙ୍ଗନା ସମସ୍ତ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଦେଇଛନ୍ତି |