ଫିଲ୍ମ ‘ଧାକଡ’ର ଟିଜର ରିଲିଜ , ଧାରୁଆ ଅସ୍ତ୍ର ଧରି ସାମ୍ନାକୁ ଆସିଲେ କଙ୍ଗନା
ଅଭିନେତ୍ରୀ କଙ୍ଗନା ନିଜର କଡଵା ଜବାବ ପାଇଁ ସବୁବେଳେ ଚର୍ଚାରେ ରହିଆସିଛନ୍ତି ।
(ମୁମ୍ବାଇ) : ଅଭିନେତ୍ରୀ କଙ୍ଗନା ନିଜର କଡଵା ଜବାବ ପାଇଁ ସବୁବେଳେ ଚର୍ଚାରେ ରହିଆସିଛନ୍ତି । କେତେବେଳେ ହାତରେ ରାଇଫଲ ତ ଆଉ କେତେବେଳେ ଧରୁଛନ୍ତି ଧାରୁଆ ଅସ୍ତ୍ର। ଫିଲ୍ମ ‘ଧାକଡ’ର ଟିଜରରେ ନଜର ଆସିଛନ୍ତି । ତେବେ ଆସନ୍ତା ମେ’ ୨୦ ତାରିଖରେ ଫିଲ୍ମଟି ପରଦାକୁ ଆସିବ।
ଜବରଦସ୍ତ ଫାଇଟ୍ କରି ଶତ୍ରୁକୁ ଦେଉଛନ୍ତି ମାତ୍। କୁଇନ୍ରୁ ସେ ଏବେ ପାଲଟିଛନ୍ତି ‘ଧାକଡ’ ଗାର୍ଲ। ଭିନ୍ନ ଭିନ୍ନ ରୂପ ଧାରଣ କରି ଶତ୍ରୁର ସବୁ ପ୍ଲାନ୍ କରୁଛନ୍ତି ଫେଲ୍। ଆଉ କହୁଛନ୍ତି ଦେହରୁ ଆତ୍ମା ଅଲଗା କରିବା ହେଉଛି ମୋ ବିଜନେସ୍।
ଏଭଳି କିଛି ଦମଦାର ଡାଏଲଗ୍ ଓ ଆଉ ଦୃଶ୍ୟ ଦେଖିବାକୁ ମିଳିଛି ରିଲିଜ ହୋଇଥିବା ଫିଲ୍ମ ‘ଧାକଡ’ର ଟିଜରରେ। ପୂରାପୁରି ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ। ସେ ସାଜିଛନ୍ତି ଏଜେଣ୍ଟ ଅଗ୍ନି। ଏକ ମିନିଟ୍ର ଏହି ଟିଜରରେ କଙ୍ଗନା ବେଶ ବଦଳାଇବାରେ ମାହିର ହେବା ସହ ଶତ୍ରୁକୁ କିଭଳି ଚିତ୍ କରିବେ ସେଥିରେ ମଧ୍ୟ ପୂରା ପାରଙ୍ଗମ ଥିବା ଦେଖିବାକୁ ମିଳିଛି।