ଚର୍ଚ୍ଚାରେ କରଣ ଜୋହର

0

ମୁମ୍ବାଇ: ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି ନିର୍ଦେଶକ ତଥା ପ୍ରଯୋଜକ  କରଣ ଜୋହର | ପୁଣି ଥରେ ସେ ଏମିତି କିଛି କାମ କରି ଚର୍ଚ୍ଚାରେ ରହିଛନ୍ତି | ସେ କୌଣସି ବିବାଦ ମଧ୍ୟରେ ନାହାନ୍ତି ବରଂ ସବୁ ବିବାଦ ମଧ୍ୟରୁ ଦୁରେଇ ରହିବାକୁ ସୋସିଆଲ ମିଡିଆ ଟ୍ବିଟରକୁ ବାଏ୍‌ ବାଏ୍‌ କହିଛନ୍ତି କରଣ  । କରଣ ନେପୋଟିଜିମ ଓ ଷ୍ଟାରକିଡ୍ସଙ୍କୁ ପ୍ରମୋଟ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଛି  । ସେ କିଛି ବି ପୋଷ୍ଟ କରନ୍ତୁ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ଥାଆନ୍ତି କରଣ  ।

କଫି ୱିଥ୍‌ କରଣ ସୋର ପ୍ରତି ଏପିସୋଡରେ ଆଲିଆଙ୍କୁ ପ୍ରମୋଟ ହେଉ କି ସାରା ଓ ଜାହ୍ନବୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ସମର୍ଥନ ସବୁକ୍ଷେତ୍ରରେ କରଣ ବିବାଦ ଘେରକୁ ଆସିଛନ୍ତି ।ଅଚାନକ କରଣ ଟ୍ବିଟରକୁ ଅଲବିଦା କହିବା ସହଜେ ଗ୍ରହଣ କରିପାରୁ ନାହାନ୍ତି ପ୍ରଶଂସକ  ।ହୁଏତ ଏଥିପାଇଁ କରଣ ଟ୍ବିଟରକୁ ଗୁଡ୍‌ବାଏ କହିଥିବା ନେଇ ଚର୍ଚ୍ଚା ହେଉଛି  ।କେବଳ ସେତିକି ନୁହେ ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ‘‘ମୁଁ ନିଜ ପାଇଁ ଜାଗା ତିଆରି କରୁଛି । ମୋତେ ଆହୁରି ପଜିଟିଭ ଏନର୍ଜି ଦରକାର  । ଏଥିପାଇଁ ନୁଆ ପଦକ୍ଷେପ ନେଇଛି । ଗୁଡ୍‌ବାଏ ଟ୍ବିଟର ’’ ।ସେହିପରି କରଣଙ୍କ ଶେଷ ଟ୍ବିଟରେ ମଧ୍ୟ ସେ ଟ୍ରୋଲିଂର ଶିକାର ହୋଇଛନ୍ତି  ।  ଅନେକ ପ୍ରଶଂସକ ତାଙ୍କୁ କହିଛନ୍ତି  କଫି ୱିଥ କରଣ  ସୋ ବନ୍ଦ କରିଦିଅନ୍ତୁ | ଅନେକ ମଧ୍ୟ ଏହା କହିଛନ୍ତି ନିଜ ପାଇଁ ନିଜେ ଟ୍ରୋଲିଂର ଶିକାର ହେଉଛ |