କ୍ୟାଟ୍ରିନା ପାଳିଲେ ପ୍ରଥମ କରୱାଚୌଥ

0

ମୁମ୍ବାଇ: ଓଡିଶାରେ ସାବିତ୍ରୀ ବ୍ରତ ପରି ଭାରତରେ ଅନ୍ୟ ରାଜ୍ୟ ଗୁଡ଼ିକରେ ବିବାହ ପରେ ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କ ପାଇଁ କରୱାଚୌଥ ବ୍ରତ ରଖିଥାନ୍ତି । ଏହାସବୁ ଅମେ ହିନ୍ଦୀ ଚଳଚ୍ଚିତ୍ରରେ ଦେଖିଥାଉ । ଏପରି କରୱାଚୌଥ ବଲିଉଡର ତାରକାମାନେ କରଛନ୍ତି । ସେହିପରି କ୍ୟାଟ୍ରିନା ଓ ଭିକି ଡିସେମ୍ବର ମାସରେ ବିବାହ କରିଥିଲେ । ଏହା କ୍ୟାଟ୍ରିନାଙ୍କ ପ୍ରଥମ କରୱାଚୌଥ । କାଲି ବଲିଉଡ ତାରକାମାନେ ଏହି ବ୍ରତ ପାଳନ କରି ସୋସିଆଲ ମିଡିଆରେ ଫଟୋର ସୁଅ ଛୁଟାଉଛନ୍ତି । ସେଥିମଧ୍ୟରୁ କ୍ୟାଟ ଓ ଭିକିଙ୍କ ଫଟୋ ଅନ୍ୟତମ ।

ଏହି ବିଶେଷ ଦିନରେ ଭିକିଙ୍କ ପିତାମାତା ମଧ୍ୟ ସାମିଲ ଅଛନ୍ତି । ଏହିପରି ଏମିତି କେତେ ଫଟୋ ଉଠାଇଛ କ୍ୟାଟ୍ରିନା ଷ୍ଟୋରୀ ଅପଲୋଡ କରିଥିଲେ । କ୍ୟାଟ୍ରିନା ଭିକିଙ୍କ ସହ ବାଲକୋନୀରେ ଠିଆ ହୋଇଥିବା ବେଳେ କ୍ୟାଟ୍ରିନା ଏକ ଗୋଲାପି ରଙ୍ଗର ଶାଢି ପିନ୍ଧିଥିବାର ଦେଖାଦେଇଛନ୍ତି । ଏବଂ ମଥାରେ ସିନ୍ଦୁର ହାତରେ ଚୁଡି ଓ ବେକରେ ମଙ୍ଗଳସୁତ୍ର ପିନ୍ଧିଛନ୍ତି । ତେବେ ଏହି ଟ୍ରାଡିସନାଲ ଲୁକରେ ସେ ବହୁତ ସୁନ୍ଦର ଦେଖାଯାଉଥିବାର ଦୃଶ୍ୟ ଏହି ଫଟୋରେ ଦେଖାଯାଉଛି ।