ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ

0

ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ବଡ଼ ଦୁଃଖଦ ଘଟଣା ଘଟି ଯାଇଛି କଟକ ଜିଲ୍ଲା ମାହାଙ୍ଗା ଥାନା ଉଷୁମା ପଂଚାୟତରେ। ଆଜି ଶ୍ରାବଣ ମାସ ସୋମବାର ହୋଇଥିବାରୁ ମହାଦେବଙ୍କ ଉପରେ କାଉଡ଼ିଆ ମାନେ ଜଳଲାଗି କରିଛନ୍ତି। ସେହିପରି ମାହାଙ୍ଗା ଉଷୁମା ପଂଚାୟତର ରଘୁନାଥ ନଗର ଗାଁର ଗଜେନ୍ଦ୍ର ବାରିକଙ୍କ ୨୧ ବର୍ଷୀୟ ପୁଅ ସରୋଜ ବାରିକ ଗୋବରୀ ନଦୀର ମାହେଶ୍ୱରୀ ଘାଟରୁ ପାଣି ନେଇ ଉଶୁମା ଗୋକର୍ନେଶ୍ବର ମହାଦେବଙ୍କୁ ଜଳଲାଗି କରିବା ପାଇଁ କାଉଡ଼ିଆ ସାଜି ନଦୀରେ ସ୍ନାନ କରିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଗଲେ।ପରେ ମାହାଙ୍ଗା ଅଗ୍ନିଶମ ଦ୍ଵାରା ସରୋଜଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଗଲା ପରେ ଡାକ୍ତର ସରୋଜଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଦୁଃଖଦ ଖବରରେ ଅଂଚଳବାସୀ ଏବଂ ସରୋଜଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି।