କ୍ୱାରାଣ୍ଟାଇନରେ କେଜରିୱାଲ

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଧର୍ମପତ୍ନୀ ସୁନୀତା କେଜରିୱାଲ କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲ ନିଜକୁ କ୍ୱାରାଣ୍ଟାଇନରେ ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେଜରିୱାଲଙ୍କ ପତ୍ନୀ ସୁନୀତା ନିଜର କୋରୋନା ଟେଷ୍ଟ କରାଇଥିଲେ , ଯାହାର ରିପୋର୍ଟ ପଜିଟିଭ ଆସିଛି । ତେଣୁ ଆଜି ଅପରାହ୍ନରୁ ମୁଖ୍ୟମନ୍ତ୍ରୀ ନିଜକୁ ପୃଥକ ଭାବେ କ୍ୱାରାଣ୍ଟାଇନରେ ରଖିଛନ୍ତି । ଏହା ପୂର୍ବରୁ ଗତ ବର୍ଷ ଜୁନରେ ଅରବିନ୍ଦ କେଜରିୱାଲ ଗଳା ଯନ୍ତ୍ରଣା ଓ ଜ୍ୱର ଭଳି କୋରୋନାର ଲକ୍ଷଣ ଦେଖା ଦେବାରୁ ନିଜର କୋଭିଡ ଟେଷ୍ଟ କରାଇଥିଲେ କିନ୍ତୁ ତାଙ୍କର ରିପୋର୍ଟ ପରିଷ୍କାର ଥିଲା ଏବଂ ନେଗେଟିଭ ରହିଥିଲା ତାଙ୍କ କୋରୋନା ରିପୋର୍ଟ ।