କେରଳରେ ଫସିଥିବା ଓଡିଆ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ବ୍ୟବସ୍ଥା

0

(ଓଡିଶା) : କେରଳରେ ହୋଇଥିବା ପ୍ରଳୟଙ୍କରି ବନ୍ୟାରେ ଫସିରହିଥିବା ଓଡିଆ ଲୋକଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କର ଶ୍ରମ ବିଭାଗ ତତ୍ପରତା ଦେଖାଦେଇଛି । କେରଳରେ ଓଡିଆ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ସହ ଓଡିଶା ଫେରିବାର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କର ଦୁଇଜଣ ଅଫିସର କେରଳର ଏର୍ଣ୍ଣାକୁଲମ ଏବଂ ତ୍ରିଭେନ୍ଦ୍ରମ୍ରେ ଅଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କେରଳରେ ଫସିଥିବା ଲୋକମାନଙ୍କୁ ମାଗଣାରେ ଓଡିଶା ଫେରାଇ ଅଣାଯିବାର ବ୍ୟବସ୍ଥା କରୁଥିବା ପ୍ରକାଶ କରିଛନ୍ତି ରାଜ୍ୟ ଶ୍ରମ କମିଶନର ଅଞ୍ଜନ କୁମାର ମାଣିକ । ସେ ଆହୁରି ମଧ୍ୟ କହିଛିନ୍ତି କେରଳରେ ଥିବା ଓଡିଆ କମ୍ୟୁନିଟର ସାହାଯ୍ୟରେ ଫସିରହିଥିବା ଓଡିଆ ଶ୍ରମିକମାନଙ୍କୁ ଠାବ କରାଯାଉଛି । ସେହିପରି କେରଳରେ ଫସିରହିଥିବା ଓଡିଆ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଗୋଚିଭାଲ-ଭୂବନେଶ୍ୱର ଟ୍ରେନ ନଂ-୦୬୩୩୬ ଏବଂ ତ୍ରିଭେନ୍ଦମ୍–ଗହ୍ୱାଟି ଭାୟା ଓଡିଶା ଟ୍ରେନ ନଂ- ୦୨୫୧୫ରେ ୩ଟି ସ୍ପେସାଲ କୋଚ ସଂରକ୍ଷିତ ରଖାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ କମିଶନର ।