କେରଳ ସ୍ଥିତି : ଗତ ୨୪ ଘଣ୍ଟାରେ ୪୬ ହଜାର ପାର କଲା ସଂକ୍ରମଣ ସଂଖ୍ୟା

ଦେଶରେ ଗୋଟେ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାମାରୀ କରୋନା କେରଳରେ ସବୁ ରେକର୍ଡ ଭାଙ୍ଗି ଦେଇଛି।

0

(ଦିଲ୍ଲୀ) : ଦେଶରେ ଗୋଟେ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାମାରୀ କରୋନା କେରଳରେ ସବୁ ରେକର୍ଡ ଭାଙ୍ଗି ଦେଇଛି। କରୋନା ପ୍ରବେଶ କରିବା ଦିନ ଠାରୁ କେରଳରେ କେବେ ହେଲେ ଯେଉଁ ସ୍ଥିତି ସୃଷ୍ଟି ହୋଇ ନଥିଲା ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟେଷ୍ଟ ପଜିଟିଭିଟି ରେଟ୍‌ ୪୦% ପାର କରି ଯାଇଛି।

ସୂଚନାନୁଯାୟୀ , ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬,୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୧,୧୫,୩୫୭ଟି ନମୁନା ପରୀକ୍ଷା କରାଯାଇଥିଲା। ଏହାର ଅର୍ଥ ପଜିଟିଭିଟି ରେଟ୍‌ ୪୦.୨୧% ରହିଛି। ଥିରୁଅନନ୍ତପୁରମରେ ସର୍ବାଧିକ ୯,୭୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏର୍ଣ୍ଣାକୁଲମରେ ୩୦୦୨, କୋଝିକୋଡ଼ରେ ୪୦୧୬, ଥ୍ରୀସୁରରେ ୩,୬୨୭ ଓ କୋଟ୍ଟାୟମରେ ୩୦୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।