ସବୁଠି ବଢିଛି କେଜିଏଫ୍ କ୍ରେଜ୍, ଫିଲ୍ମ ଦେଖିବାକୁ ରାତି ୨ରୁ ଲମ୍ବା ଲାଇନ୍

0

ଭୁବନେଶ୍ୱର:  ଏବେ ସିନେ ପ୍ରେମୀଙ୍କ ମୁହଁରେ ଖାଲି ଗୋଟିଏ ନାଁ, ଗୋଟିଏ ଚର୍ଚ୍ଚା କେଜିଏଫ୍-୨ । ସବୁଠି ବଢିଛି କେଜିଏଫ୍ କ୍ରେଜ୍ । ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଆକ୍ସନ ଫିଲ୍ମ କେଜିଏଫ୍-୨ ।ଯାହା ସିନେ ପ୍ରେମୀଙ୍କ ଧଢକନ୍ ବଢାଇ ଦେଇଛି । ଏହା ହେଉଛି ୨୦୧୮ର ଆକ୍ସନ ଫିଲ୍ମ କେଜିଏଫର ସିକ୍ୱଏଲ୍ । ବିଶ୍ୱର ପ୍ରାୟ ୧୦ହଜାର ସ୍କ୍ରିନରେ ରିଲିଜ୍ ହୋଇଛି ଏହି ଫିଲ୍ମ । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ରିଲିଜ୍ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ନୂଆ ରେକର୍ଡ କରି ସାରିଛି କେଜିଏଫ୍-୨ ।

କେଜିଏଫ୍ କୁହେ ସୁନା ଖଣିର ଅକୁହା କାହାଣି । ସୁନାର ଲୋଭ ପାଇଁ ଷଢଯନ୍ତ୍ର ଓ ରକ୍ତପାତର ରୋମାଞ୍ଚକର ଗାଥା । କେଜିଏଫ୍-୨ ରେ କାହାଣି କେମିତି ଆଗକୁ ବଢିଛି ତାହା କେବଳ ଫିଲ୍ମ ଦେଖିଲେ ଜଣା ପଡିବ । ତେବେ ଦର୍ଶକ ଖୁବ୍ ପସନ୍ଦ କରିଥିଲେ କେଜିଏଫ୍ ସିରିଜର ପ୍ରଥମ ଫିଲ୍ମକୁ । ଏହା ହୋଇଥିଲା ସୁପରହିଟ୍ । ଦର୍ଶକ ଅପେକ୍ଷା କରି ରହିଥିଲେ ଏହାର ଦ୍ୱିତୀୟ ଭାଗକୁ । କେଜିଏଫ୍ ରେ ଅଛି ୧୧୨ ବର୍ଷ ପୁରୁଣା କୋଲାର ସୁନା ଖଣିର ରକ୍ତ ଭିଜା ଅକୁହା ରହସ୍ୟ ।

ତେବେ ରାଜ୍ୟ ସିନେମା ଇତିହାସରେ ପ୍ରଥମ ଥର ଲାଗି ରାତି ୨ଟା ୫୦ ରୁ ଏହି ଶୋ ଆରମ୍ବ ହୋଇଛି । ରାଜ୍ୟର ୭୦ଟି ସିଙ୍ଗଲ ଓ ମଲ୍ଟି ସ୍କ୍ରିନ୍ ରେ ମୁକ୍ତି ଲାଭ କରିଛି । ଏହି ଫିଲ୍ମ ପାଇଁ ପ୍ରାୟ ସପ୍ତାହେ ଆଗରୁ ଟିକେଟ୍ ବୁକିଂ ମଧ୍ୟ ହୋଇଛି । ତେବେ ମହାରାଜା ସିନେମା ହଲରେ ଏହି ଫିଲ୍ମ ୨୪ ଘଣ୍ଟା ଚାଲିବ । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଆକ୍ସନ ଷ୍ଟାର ୟଶ୍, ସଞ୍ଜୟ ଦତ୍ତ, ରବିନା ଟଣ୍ଡନ ଓ ଶ୍ରୀନିଧି ସେଟ୍ଟୀ । ଫିଲ୍ମ କନ୍ନଡ ଓ ସମେତ ତାମିଲ, ହିନ୍ଦୀ, ତେଲୁଗୁ ଓ ମାଲାୟଲମ ଭାଷାରେ ରିଲିଜ୍ ହୋଇଛି ।