ଭୁବନେଶ୍ୱର: ଏମ୍ସ ହସ୍ପିଟାଲରୁ ଦଲାଲ ଗିରଫ । ଦୁଇଜଣ ଦଲାଲଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ଦଲାଲ ଦୁଇଜଣ ରୋଗିମାନଙ୍କ ଠାରୁ ବିନା ଲାଇନରେ ଟିକଟ ଓ ବେଡ ଯୋଗାଇ ଦେବାକୁ କହି ପାଞ୍ଚ ହଜର ଟଙ୍କା ନେଉଥିଲେ । ସେମାନେ ଅଣ ଓଡିଆ ବିଶେଷ କରି ପଶ୍ଚିମବଙ୍ଗ ରୋଗିମାନଙ୍କୁ ଟାର୍ଗେଟ କରି ଏହିଭଳି ହଇରାଣ କରୁଥିବା କୁହାଯାଉଛି । ପୂର୍ବରୁ ମଧ୍ୟ ଏମ୍ସ ହସ୍ପିଟାଲରୁ ୮ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ପ୍ରତିଦିପ ଏଠାକୁ ଆସୁଥିବା ହଜାର ହଜାର ସଂଖ୍ୟକ ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମୁଖିନ ହେବାକୁ ପଡୁଛି ।