ଭୁବନେଶ୍ୱର : ଖୋର୍ଦ୍ଧା ବିକାଶମଞ୍ଚ ଆବାହକ ନରେନ୍ଦ୍ର ପୃଷ୍ଟି ଦ୍ଵାରା ଏକ ଶୋଭା ଯାତ୍ରା ବାହାରି ନୁଆ ବସଷ୍ଟାଣ୍ଡ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ରର ମୁଖ୍ୟ ପ୍ରସଙ୍ଗ ଖୋର୍ଦ୍ଧା ସହରରେ ଶୌଚାଳୟ ନାହିଁ . ଯେଉଁ ଦୁଇଟି ଶୌଚାଳୟ ଥିଲା ତାହା ରକ୍ଷଣା ବେକ୍ଷଣା ଯୋଗୁ ଭାଙ୍ଗି ଯାଇ ରାସ୍ତା ଦୁର୍ଗନ୍ଧ ହେଉଛି। ବହୂ ବାର ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ |
ପୂର୍ବରୁ ଦାବିପତ୍ର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଅତିରିକ୍ତ ଜିଲ୍ଲା ପାଳ ଓ ପୌର ନିର୍ବାହୀ ଅଧିକାରୀ ଦାୟିତ୍ଵ ଥିବା ଉପ ଜିଲ୍ଲାପାଳ ଈଶ୍ୱର ଗୌରବ ଶିବାଜୀ,ଜିଲ୍ଲା ଗ୍ରାମ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ଓ ବିଧାୟକ ଜିତୁ ମିତ୍ର ଥାଇ ଦିଅଯାଇଥିଲେ ମଧ୍ୟ ମଧ୍ୟ କେବଳ ପ୍ରତିଶୃତି ହାନି ହୋଇଥିଲା ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ | ତେବେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀଙ୍କ କହିବା ଅନୁସାରେ ଖୋର୍ଦ୍ଧା ଏବେ ଏକ ନମ୍ୱର୍ ଜିଲ୍ଲା ହେଲେ ଏଠି ଭଲ ଶୌଚାଳୟ ଟିଏ ନାହିଁ |
ସେହିପରି ଏକ ସଭା ଖୋର୍ଦ୍ଧା ନୂତନ ଜିଲ୍ଲାପାଳ କେ, ସୁଦର୍ଶନ ଚକ୍ରବର୍ତ୍ତୀ ଡକାଇ ଥିଲେ ଆଧାର କାର୍ଡ ଓ ଭୋଟର କାର୍ଡ ସଂଯୋଗ ଓ ଭୋଟର କାର୍ଡ ସଂଶୋଧନ ପାଇଁ ଡ଼କାଯାଇଥିବା ବେଳେ ଖୋର୍ଦ୍ଧାର ସମସ୍ତ ଉପରିସ୍ଥ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଓ ସାଧାରଣ ଜନତାଙ୍କ ଉପସ୍ତିତିରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ଶୌଚାଳୟ ଓ ରାସ୍ତା ଓସାର କରିବା ତାହା ସହ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବାକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ |ଜିଲ୍ଲାପାଳ ସମସ୍ତ କାର୍ଯ୍ୟର ସଠିକ କାର୍ଯ୍ୟାନୁଷ୍ଠାନ କରି ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି |