ବିବାହ ପରେ ବଲିଉଡରେ ଖୁବ୍ ଶୀଘ୍ର ନିଜର ପ୍ରଥମ ଚଳଚ୍ଚିତ୍ରର ସୁଟିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି କିଆରା ଏବଂ ସିଦ୍ଧାର୍ଥ । ଏହି ଯୋଡ଼ି ବଲିଉଡର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଫେବୃଆରୀ ମାସରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ‘ଶେରଶାହା’ ଚଳଚ୍ଚିତ୍ରରେ ଏହି ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଏହି ଯୋଡ଼ିଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଫ୍ୟାନ୍ସମାନେ ଆଗ୍ରହ ପ୍ରକାଶ କରିଥିଲେ । ତେବେ ଫ୍ୟାନ୍ସ ମାନଙ୍କୁ ଏହି ଯୋଡ଼ିଙ୍କୁ ଚଳଚ୍ଚିତ୍ରରେ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କିଆରା ଏବଂ ସିଦ୍ଧାର୍ଥ ବିବାହ ପରେ ବଲିଉଡରେ ନିଜର ପ୍ରଥମ ଚଳଚ୍ଚିତ୍ରର ସୁଟିଙ୍ଗ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଚଳଚ୍ଚିତ୍ର ଶଶାଙ୍କ ଖେତାନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଛି । ବଦ୍ରିନାଥ ଏବଂ ହମ୍ପ୍ଟି ଶର୍ମା କି ଦୁଲହନିୟାର ନିର୍ଦ୍ଦେଶକ ଶଶାଙ୍କ ଏହି ଚଳଚ୍ଚିତ୍ରଟିକୁ ଭିନ୍ନ ଶୈଳୀରେ ଦର୍ଶକଙ୍କ ସାମ୍ନାକୁ ଆଣିବେ ବୋଲି ଆଶା କରାଯାଉଛି । ଆସନ୍ତା ଅଗଷ୍ଟ ମାସରେ ସୁଟିଙ୍ଗ କାର୍ୟ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।