ନାବାଳିକାକୁ ଅପହରଣ

0

(ରଜନୀ କାନ୍ତ ପାତ୍ର / ହିଞିଳି) ; ଗଞ୍ଜାମଜିଲ୍ଲା, ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ପଞ୍ଚାନନ ପାତ୍ର ଗଳିରେ ଜଣେ ଯୁକ୍ତ ଦୁଇ ପଢ଼ୁଥିବା ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି। ଏପ୍ରିଲ ୨୧ ତାରିଖ ଦିନ ବୁଗୁଡା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମର +୨ ଶ୍ରେଣୀ ରେ ପାଠ ପଢ଼ୁଥିବା ଜଣେ ଝିଅ ପାଠ ବୁଝିବା ପାଇଁ ବୁଗୁଡ଼ାର ଜଣେ ସାରଙ୍କ ନିକଟକୁ ଯାଉଥିବା ବେଳେ ଏକ ଅଟୋରେ ଦୁଇ ଜଣ ମହିଳା ଆସି ସେହି ନାବାଳିକାକୁ ଉଠାଇ ବାଲିପଦର ନିକଟକୁ ନେଇଥିଲେ। ସେଠାରେ ବାଇକ ଧରି ଅପେକ୍ଷା କରିଥିବା ତାକରଡ଼ା ଗ୍ରାମର ଜଣେ ଦୁଇ ସନ୍ତାନର ପିତା ବିବାହିତ ପୁରୁଷ ଟିଟୁ ସେଠୀ ସେହି ନାବାଳିକାକୁ ଧରି ଫେରାର ହୋଇଥିବା ଜଣାପଡିଛି। ଏନେଇ ନାବାଳିକା ଝିଅର ବାପା ଥାନାରେ ଏତଲା ଦେବାପରେ ୧୮୭/ ରେ ଏକ ମାମଲା ରୁଜୁ କରିବା ସହ ନାବାଳିକାକୁ ଖୁବ ଶୀଘ୍ର ଉଦ୍ଧାର କରାଯିବ ବୋଲି ଆଇଆଇସି କହିଛନ୍ତି ।