ପାରାଦୀପ -ପ୍ରଶାନ୍ତ ସ୍ୱାଇଁ :ନଭେମ୍ବର ମାସ ୭ ତାରିଖରୁ ୧୪ ତାରିଖ ପର୍ୟ୍ୟନ୍ତ ପାରାଦୀପର ବିଜୁ ମଇଦାନ ଠାରେ ଅନୁଷ୍ଠିତ ହେବା କୁ ଯାଉଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ । ଆଜି ବିଜୁ ମଇଦାନ ଠାରେ ଶୁଭ ଭୂମି ପୂଜନ କାର୍ୟ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀର୍ ଯୋଗଦେଇଥିଲେ। ମହାମାରୀ କରୋନା ଯୋଗୁଁ ଦୁଇ ବର୍ଷ ବନ୍ଦ ରହିଥିଲା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ।
ଚଳିତ ବର୍ଷ କରୋନା ମହାମାରୀ କୁ ପ୍ରତିରୋଧ କରି ଓ କଳା ସଂସ୍କୃତି କୁ ବଜାଇ ରଖି ମହାଆଡମ୍ବର ରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ ବାଲିଯାତ୍ରା ମହୋତ୍ସବ। ଦେଶ ଭିତରୁ ଓ ବାହାରୁ ଭିନ୍ନ ଅନୁକୋଣରୁ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ୮ ଦିନ ଧରି ମହାଆଡମ୍ବରରେ ପାଳିତ ହେବ ।