ସ୍ମାର୍ଟ ସିଟିରେ ବଢିବାରେ ଲାଗିଛି କିନ୍ନରଙ୍କ ଦାଦାଗିରି

0

(ଭୂବନେଶ୍ୱର)  :  ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କିନ୍ନରଙ୍କ ଦାଦାଗିରି । ଗତକାଲି ଖଣ୍ଡଗିରି ଛକରେ ଜଣେ ଯୁବକଙ୍କ ଠାରୁ କିଛି କିନ୍ନର ଲୁଟ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ କିନ୍ନରଙ୍କୁ ଅଟକ ରଖିଛି ପୋଲିସ ।
ବିଗତ ଦିନରେ ଦେଖିବାକୁ ମିଳିଥିଲା ଯେ, ଜଣେ ବାବାଙ୍କୁ କିନ୍ନର ମାନେ ଆକ୍ରମଣ କରୁଥିବାର ଦୃଶ୍ୟ । ଏନେଇ କିନ୍ନର ତଥା ସାମାଜିକ କର୍ମୀ ମିରୀ ପରିଡା ଗଣମାଧ୍ୟମକୁ କହିଛନ୍ତି ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସୋମନଙ୍କ ବିରୋଧରେ ପୋଲିସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା କଥା ।
ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି ଏହି ଘଟଣା ଉପରେ ପୋଲିସର ନଜର ରହିଛି । ପୋଲିସ ତରଫରୁ ଆଗକୁ ଏଭଳି ଘଟଣାକୁ ରୋକିବା ପାଇଁ କଡାକଡି ପଦକ୍ଷେପ ନିଆଯିବ ।