ଓଡିଶା

ଆପଦ ମିତ୍ର ସ୍ୱେଚ୍ଛାସେବୀଙ୍କୁ ଜରୁରୀକାଳୀନ କିଟ ପ୍ରଦାନ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ଜିଲ୍ଲାରେ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟ ବେଳେ ରିଲିଫ ଓ ଉଦ୍ଧାର କାର୍ୟ୍ୟରେ ସହଯୋଗ କରୁଥିବା ଆପଦ ମିତ୍ର ସ୍ବେଚ୍ଛାସେବୀ ମାନଙ୍କୁ ଆଜି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ କିଟ ପ୍ରଦାନ କରାଯାଇଛି । ଉକ୍ତ କିଟକୁ ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହାଦ୍ବାରା ସେମାନଙ୍କ ଦକ୍ଷତା ବିକାଶ ସହ କାର୍ୟ୍ୟଶୈଳୀରେ ଉନ୍ନତି ପରିଲିକ୍ଷିତ ହେବା ସହ ସେମାନେ ଆହୁରି ଉତ୍ତମ ସେବା ପ୍ରଦାନ କରିବେ । ଏହି ଅବସରରେ ସଦ ଭାବନା ସଭାଗୃହରେ କିଟ ବଣ୍ଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆପଦ ମିତ୍ର ମାନଙ୍କ ସେବା ଓ ସହଯୋଗର ଭୂୟଶୀ ପ୍ରଶଂସା କରିଛନ୍ତି । ବିଭିନ୍ନ ବ୍ଲକର ପ୍ରାୟ ୨୦୦ ଜଣ ଆପଦ ମିତ୍ରଙ୍କୁ ଏହି କିଟ ପ୍ରଦାନ କରାଯାଇଛି । ଏଥିରେ ଲାଇଫ ଜ୍ୟାକେଟ ଭଳି ଆପଦ କାଳୀନ ବେଳେ ଉଦ୍ଧାର କାର୍ୟ୍ୟରେ ଉପଯୋଗ ହେବା ଭଳି ସାମଗ୍ରୀ ପ୍ରଦାନ କରାଯାଇଛି । ପୂର୍ବରୁ ଆପଦ ମିତ୍ରମାନଙ୍କୁ ବିଭିନ୍ନ ପର୍ୟ୍ୟାୟରେ ତାଲିମ ପ୍ରଦାନ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପାତ୍ର, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାଶ, ଶ୍ରୀ ଦୀନବନ୍ଧୁ ଜେନା, ବିଶ୍ବକେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ସାମ୍ବାଦିକଙ୍କୁ ମରାତ୍ମକ ଆକ୍ରମଣ

Report

ଉପକୂଳ ରାଜପଥ ନିର୍ମାଣ ଦାବୀରେ ପୁରୀରୁ ଭୁବନେଶ୍ୱର ପଦଯାତ୍ରା

Report

ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ

Report

Leave a Comment