ମହାଶିବରାତ୍ରୀ ଉପଲକ୍ଷେ ଘରେ ପ୍ରସ୍ତୁତ କରନ୍ତୁ ଛେନା ପୁର ଦିଆ ମଣ୍ଡା

ଆଜି ପବିତ୍ର ମହାଶିବରାତ୍ରୀ ।

0

ଆଜି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ଘରେ ଘରେ ଉପବାସର ପରିବେଶ ଲାଗିରହିଛି । ନିଜର ମନସ୍କାମନା ପୁରା କରିବା ପାଇଁ ଶ୍ରଦ୍ଧାଳୁ ମହାଦେବଙ୍କୁ ଅର୍ପିତ ହୋଇଯାଇଥାଏ । ତେବେ ଏହି ପବିତ୍ର ଅବସରରେ ଆମେ ଆଜି ପ୍ରସ୍ତୁତ କରିବା ଛେନା ପୁର ଦିଆ ମଣ୍ଡା :-

ଆବଶ୍ୟକ ସାମଗ୍ରୀ : ଅରୁଆ ଚାଉଳ, ନଡ଼ିଆ,ପାଣି, ଗୁଜୁରାତି ଗୁଣ୍ଡ, ଚିନି, ଲୁଣ,ଛେନା

ତେବେ ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ

ପ୍ରଥରେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ। କିଛି ଘଣ୍ଟା ପରେ ଏହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ ବାହାର କରିନିଅନ୍ତୁ । ଏହା ପରେ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ। ଗ୍ୟାସ୍‌ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଛେନା ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ। ଆପଣ ଏଠାରେ ଚାହିଁଲେ ଚିନି ଜାଗାରେ ଗୁଡ଼ ମଧ୍ୟ ପକାଇ ପାରିବେ। ଏହାପରେ ଗ୍ୟାସ୍‌ରେ ଏକ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ପାଣି ଫୁଟିଯିବା ପରେ ଚାଉଳ ଚୂନା ପକାନ୍ତୁ ଓ ତାକୁ ଭଲ ଚଲାନ୍ତୁ। ଜନ୍ତା ପ୍ରସ୍ତୁତି ହୋଇଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଜନ୍ତା ସାମାନ୍ୟ ଥଣ୍ଡା ହେବା ପରେ ସେଥିରେ ପୂର ଦେଇ ଗୋଲ ଗୋଲ କରନ୍ତୁ। ତେବେ ପ୍ରସ୍ତୁତ ହୋଇଗଲା ଛେନା ପୁର ଦିଆ ମଣ୍ଡା । ଏହାକୁ ଆପଣମାନେ ଉପବାସ ଅର୍ଥାତ ଶିବରାତ୍ରୀରେ ମଧ୍ୟ ଖାଇପାରିବେ ।