କୋହଲିଙ୍କୁ ମିଳିଲା ଆଇସିସି ପକ୍ଷରୁ ଚେତାବନୀ

0

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଭାରତୀୟ କ୍ରିକେଟ ଟିମ କ୍ୟାପଟେନଙ୍କୁ ଲାଗିଲା ଝଟକା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ମ୍ୟାଚରେ ଖରାପ ବବହାର ଦେଖାଇବାରୁ ଆଇସିସି ପକ୍ଷରୁ ମିଳିଲା ଚେତାବନୀ । ମିଳିଥିବା ସୂଚନା ଅନୁସାରେ ବାଙ୍ଗାଲୋରରେ ଖେଳା ଯାଇଥିବା ମ୍ୟାଚରେ ରନ ଦେବା ସମୟରେ କୋହଲି ଦକ୍ଷିଣ ଆଫ୍ରିକା ପେସ ବୋଲର ବ୍ୟୁରାନ ହେଣ୍ଡ୍ରିକ୍ସଙ୍କୁ ଧକ୍କା ମାରିଥିଲେ । ଏହି କାରଣରୁ ଆଇସିସି କୋଡ ଅଫ କଣ୍ଡକ୍ଟ ଧାରା-୧ର ଦୋଷୀ ସାବ୍ୟସ୍ତ ହେବା ସହ ଆନୁଷ୍ଠାନିକ ଭାବେ ଚେତାବନୀ ଦିଆଯାଇଛି । ନୂଆ ନିୟମ ଲାଗୁ ପରେ ତୃତୀୟ ଥର ପାଇଁ କୋହଲି ଏଭଳି ଆଚରଣ ଦେଖାଇଛନ୍ତି । ଏହାସହ ଖାତାରେ ତାଙ୍କ ଆଉ ଏକ ଡିମେରିଟ ପଏଣ୍ଟ ଯୋଡି ହୋଇ ଯାଇଛି ।