ତଳକୁ ଖସିଲେ କୋହଲୀ

0

ଦୁବାଇ: ଆଇସିସି ର୍ୟାକିଙ୍ଗରେ ଗୋଟିଏ ପାଦ ତଳକୁ ଖସିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲୀ । ବିରାଟଙ୍କୁ ପଛରେ ପକାଇଛନ୍ତି ପାକିସ୍ତାନୀ କ୍ରିକେଟର ବାବର ଆଜମ । ଆଇସିସି ତରଫରୁ ଜାରି ହୋଇଥିବା ନୂଆ ର୍ୟାଙ୍କିଙ୍ଗରେ ସେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ୧୨୫୮ ଦିନର ରାଜ ପରେ ଆଜି ପ୍ରଥମ ସ୍ଥାନ ହରାଇଛନ୍ତି ବିରାଟ । ତେବେ କୋହଲୀଙ୍କୁ ହଟାଇ ଏକ ନମ୍ବର ସ୍ଥାନରେ କବଜା କରିଛନ୍ତି ବାବର । ୯୬୫ ରେଟିଂ ପଏଣ୍ଟ ହାସଲ କରିବା ସହ ୫ଟି ସ୍ଥାନ ଲମ୍ଫ ମାରି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଏହି ପାକ ଖେଳାଳୀ । ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଦିନିକିଆରେ ୯୪ ରନର ଦମଦାର ପାଳି ତାଙ୍କୁ ଏହି ସମ୍ମାନର ଯୋଗ୍ୟ ବନାଇଛି । ସେପଟେ ଚେଜ ମାଷ୍ଟର କୋହଲୀଙ୍କ ପାଖରେ ରହିଛି ୮୫୮ ରେଟିଂ ସହ ଦ୍ୱିତୀୟ ଏବଂ ୮୨୫ ରେଟିଂ ପଏଣ୍ଟ ସହ ତୃତୀୟରେ ଅଛନ୍ତି ଭାରତର ଓପନର ହିମ୍ୟାନ ରୋହିତ ଶର୍ମା । ସେହିପରି ବୋଲର ମାନଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ନ୍ୟୁଜିଲାଣ୍ଡର ଦୃତ ବୋଲର ଟ୍ରେଣ୍ଟ ବୋଲ୍ଟ ଥବା ବେଳେ ବାରତର ୟର୍କର କିଙ୍ଗ ଯଶପ୍ରିତ ବୁମରା ଚତୁର୍ଥ ସ୍ଥାନରେ ଅଛନ୍ତି । ତେବେ ଅଲରାଉଣ୍ଡର ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ଏକମାତ୍ର ବାରତୀୟ ଖେଳାଳୀ ଭାବେ ସ୍ଥାନ ପାଇଛନ୍ତି ।