ରାଇସ୍‌ ,ମଟନ ପ୍ରେମୀ ହେଉଛନ୍ତି ବିରାଟ କୋହଲି

ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିସାରିଛନ୍ତି ।

0

(ଦିଲ୍ଲୀ) : ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିସାରିଛନ୍ତି । ଏହି କ୍ରମରେ ତାଙ୍କର ଏହି ଉପଲବଧିକୁ ନେଇ କ୍ରିକେଟ ଜଗତ ଶୁଭ କାମନା ଦେଇଛି। ଏହି ତାଲିକାରେ ସ୍ପିନର ଇକବାଲ ଅବଦୁଲ୍ଲା ଓ ଦ୍ରୁତ ବୋଲର ପ୍ରଦୀପ ସାଙ୍ଗୱାନଙ୍କ ନାମ ଯୋଡ଼ି ହୋଇ ଯାଇଛି। ସାଙ୍ଗୱାନ କହିଥିଲେ କି , ମୋତେ ଜଣା କି ସେ କେତେ ଖାଦ୍ୟ ପ୍ରିୟ ଥିଲେ। ସେ ବହୁତ ଖାଉଥିଲେ । ମଟନ-ରାଇସ୍‌ …ଏମିତି ଅନ୍ୟ କିଛି । ସେ ଅଲଗା ଅଲଗା ସ୍ଥାନରେ ଖାଇବା ପାଇଁ କିଲୋମିଟର ଯାଇ ପାରୁଥିଲେ । କେବଳ ଟେଷ୍ଟ ଏକ ଜିନିଷ ଥିଲା , ଯାହାକୁ ସେ ଖୁବ୍‌ ପସନ୍ଦ କରୁଥିଲେ । ​

ସୂଚନାନୁଯାୟୀ , ସାଙ୍ଗୱାନ ଖୁଲାସା କରିଛନ୍ତି କି, କେମିତି କୋହଲି ନିଜର ପ୍ରାରମ୍ଭିକ କ୍ୟାରିୟରରେ ଖୁବ୍‌ ଖାଦ୍ୟ ପ୍ରିୟ ଥିଲେ। ଜଙ୍କ ଫୁଡ୍‌ ପାଇଁ ତାଙ୍କର ଖୁବ୍‌ ପସନ୍ଦ ଥିଲା । ୨୦୧୦ ମସିହାରେ ଯେବେ ସେ ଦିଲ୍ଲୀ ରଣଜୀ ଟିମ୍‌ ପାଇଁ ଖେଳିବାକୁ ଆସିଥିଲେ , ତ ସବୁକିଛି ଅଲଗା ଥିଲା । ସେ ସିଝା ହୋଇଥିବା ଖାଦ୍ୟ ଖାଉଥିଲେ ।ସେ ଥରେ ୨୦୦ମିଲିଲିଟରରୁ ଅଧିକ ଡ୍ରିଙ୍କ ପିଉନଥିଲେ । ରାଇସ୍‌-ମଟନ କରିକୁ ଡାଇଟ୍‌ ଫୁଡ୍‌ରେ ବଦଳାଇ ଦିଆଯାଇ ଥିଲା ମୁଁ ଚିନ୍ତିତ ଥିଲି କି ସେ ନିଜକୁ କେତେ ବଦଳାଇ ଦେଇଛନ୍ତି ।