ଆଜି ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଭୋଟରଙ୍କ ଲମ୍ବା ଲାଇନ

0

(କୋଲକାତା) : ମହାମାରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମୟରେ ପଶ୍ଚିମବଙ୍ଗରେ ଚାଲିଛି ବିଧାନସଭା ନିର୍ବାଚନ ପାଇଁ ମତଦାନ। ଆଜି ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି। ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚୂଡାନ୍ତ ପର୍ଯ୍ୟାୟରେ ୩୫ ଟି ଆସନ ପାଇଁ ମତଦାନ ଚାଲିବ । ଅନ୍ତିମ ପର୍ଯ୍ୟାୟରେ ୨୮୩ ଜଣ ପ୍ରାର୍ଥୀଙ୍କୀ ଭାଗ୍ୟର ନିଷ୍ପତ୍ତି କରାଯିବ। ୪ ଟି ଜିଲ୍ଲା ମଧ୍ୟରେ ମାଲଦାରେ ୬, ବୀରଭୂମରେ ୧୧ ମୁର୍ସିଦାବାଦରେ ୧୧ ଏବ କୋଲକାତା ଉତ୍ତରର ୭ଟି ଆସନ ରହିଛି। ବିଭିନ୍ନ ବୁଥରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ତେବେ ନିର୍ବାଚନ ଫଳାଫଳ ୨ ମଇରେ ଘୋଷଣା କରାଯିବ।