ଗୋପ/ଜୟନ୍ତ କୁମାର ସେଠୀ: କୋଣାର୍କ ଥାନା ଅଧିନସ୍ଥ ସିମିଳି ଗ୍ରାମ ପଞ୍ଚାୟତ ପାଇକରା ପୁର ଗ୍ରାମର ବାନାମ୍ବର ପାତ୍ର ଗତ ୪ଦିନ ହେବ ନିଖୋଜ ଥିବା ବେଳେ ପରିବାର ପକ୍ଷରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। କୋଣାର୍କ ପୋଲିସ ଓ ପରିବାର ସବୁଆଡେ ଖୋଜାଖୋଜି କରିବା ବେଳେ ଆଜି ସକାଳୁ ତାଙ୍କର ଝୁଲନ୍ତା ଅବସ୍ଥାରେ ଶବ ମହାବିର ମନ୍ଦିର ପଛପଟୁ ଏକ ଲଙ୍କାଆମ୍ବ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। କୋଣାର୍କ ପୋଲିସ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ କରି ସାଇଷ୍ଟିପ ଟିମ୍ ଡକାଇ ତଦନ୍ତ ଚଳାଇଛନ୍ତି। ଏପର୍ୟ୍ୟନ୍ତ ପରିବାର ପକ୍ଷରୁ କୋଣସି ହତ୍ୟା କୁ ନେଇ ଅଭିଯୋଗ ହୋଇ ନାହିଁ।