ନେପାଳ ରାଷ୍ଟ୍ରଦୂତ ଙ୍କ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ

0

( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କକୁ ନେପାଳର ରାଷ୍ଟ୍ରଦୂତ ମଦନ ଭଟ୍ଟରାୟ ସପରିବାର ସହ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ୟ୍ୟ ମନ୍ଦିର ପରିଦର୍ଶନ । କୋଣାର୍କ ସୂର୍ୟ୍ୟ ମନ୍ଦିରରର ମୁଖ୍ୟ ଫାଟକ ସମ୍ମୁଖରେ କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ନେପାଳ ର ରାଷ୍ଟ୍ରଦୂତ ଶ୍ରୀ ଭଟ୍ଟରାୟ ସପରିବାର ଙ୍କୁ ସ୍ଥାନୀୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସରକାରୀ ସ୍ଵୀକୃତିପ୍ରାପ୍ତ ଗାଇଡ ଆଭାସ ଚରଣ ମହାନ୍ତି ରାଷ୍ଟ୍ରଦୂତ ଶ୍ରୀ ଭଟ୍ଟରାୟ ସପରିବାର ଙ୍କୁ ସୂର୍ୟ୍ୟ ମନ୍ଦିର ର ଐତିହ୍ୟ, କଳା, ସଂସ୍କୃତି ଓ ଏହାର ଇତିହାସ ଓ ଗାଥା ସମ୍ବଧରେ ଵିଶଦ ଭାଵରେ ଅବଗତ କରାଇଥିଲେ। ପରେ ରାଷ୍ଟ୍ରଦୂତ ସପରିବାର ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଇଣ୍ଟରପିଟେସନ କେନ୍ଦ୍ର ବୁଲି ଦେଖିବା ସହ ମନ୍ଦିର ସମ୍ପର୍କରେ ସବିଶେଷ ତଥ୍ୟ ଆଧାରିତ ତଥ୍ୟ ଭିତିକ ଫିଲ୍ମ କୁ ଉପଭୋଗ କରିଥିଲେ। ଏହି ଗ୍ରସ୍ତ ସମୟରେ କୋଣାର୍କ ଥାନା ଏସ., ଆଇ ପ୍ରଫୁଲ୍ଲ ନାୟକ, କୋଣାର୍କ ପର୍ୟ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, କୋଣାର୍କ ମନ୍ଦିର ଦାୟିତ୍ବ ରେ ଥିବା ଏଏସଆଇ ଅଧିକାରୀ ଚିତ୍ତ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।