କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୂର୍ତ୍ତଳିକା ଦାହ କଲା କୁଡୁମୀ ସେନା

0

କେନ୍ଦୁଝର (ବିଜୟ କୁମାର):-କାରୁଆ ଟିକେ ତାତ୍ସଲ୍ୟ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କୁଶ ପୂତ୍ତଳିକା ଦାହ କଲା କୁଡୁମୀ ସେନା । କେନ୍ଦୁଝର ଜିଲ୍ଲା ପାଟଣା କୁଡୁମୀ ସେନା ପକ୍ଷରୁ ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ନେତ୍ୱତ କ୍ରମେ ରାଜ୍ୟ କୁଡୁମୀ ସେନା ସଭାପତି ଦିବ୍ୟସିଂହ ମହାନ୍ତ,ପାଟଣା ବ୍ଲକକୁଡୁମୀ ସେନା ଉପ ସଭାନେତ୍ରୀ ଧରିତ୍ରୀ ମହାନ୍ତ ଯୋଗଦାନରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ତାତ୍ସଲ୍ୟ କର ମନ୍ତବ୍ୟ କୁଡୁମୀଜାତି କେବେ ବି ଆଦିବାସୀ ଅନ୍ତର୍ଭୁକ୍ତ ହୋଇ ନ ପାରିବେ ।

ଏହାକୁ କୁ ନେଇ ୨ଶହ ରୁ ଉର୍ଦ୍ଧ୍ବ କୁଡୁମୀ ଜାତିର ପୁରୁଷ ମହିଳା ଆନନ୍ଦେଶ୍ୱର ଶିବ ମନ୍ଦିର ରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରି ହାତରେ ଫ୍ଲାକ୍ କାର୍ଡ ଧରି ସୋଲ୍ଲଗାନ ମାଧ୍ୟମରେ ପାଟଣା ବ୍ଲକଛକ ପହଁଞ୍ଚି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୂତ୍ତଳିକା ଦାହ କରିଥିଲେ । କେନ୍ଦ୍ରମନ୍ତ୍ରୀ ରଖିଥିବା ତାତ୍ସଲ୍ୟ କର ମନ୍ତବ୍ୟ କୁ ଯଦି କୁଡୁମୀଜାତି ପାଖରେ କ୍ଷମା ପ୍ରାର୍ଥନା ନ କରନ୍ତି । ଆଗାମୀ ଦିନରେ କୁଡୁମୀସେନା ଭୋଟ ମାଧ୍ୟମ ରେ ଏହା ଜବାବ ରଖିବ ବୋଲି ପ୍ରକାଶ କରିଛି ।