ବେଗୁନିଆ ପଡା ବ୍ଲକର ନୁଆଁ ରୂପ ପାଉଛି ସ୍ମାର୍ଟ ସ୍କୁଲ ଶିକ୍ଷା ଭିତ୍ତି ଭୂମି

0

ଗଂଜାମ: ସରକାରୀ ସ୍କୁଲରେ ସ୍ମାର୍ଟଶିକ୍ଷା, ଫୋକସରେ ଶିକ୍ଷା ବଦଳୁଛି ଭିତ୍ତି ଭୂମି, ଶିକ୍ଷା ବ୍ୟବସ୍ଥାର ଭିତ୍ତି ଭୂମିରେ ସୁଧାର ଆଣି ପିଲାଙ୍କୁ ଶ୍ରେଣୀ ଗୃହକୁ ଆକର୍ଷଣ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସ୍ମାର୍ଟ କ୍ଲାସ କାର୍ଯ୍ୟ କ୍ରମ । ବୈଷୟିକ ଜ୍ଞାନ କୌଶଳ ଜରିଆରେ କିଭଳି ପାଠ ପଢିବାକୁ ଆହୁରି ସହଜ ଏବଂ ସରଳ କରାଯାଇ ପାରିବ ତା ଉପରେ ଧ୍ୟାନ ଦିଆଯାଉଛି । ସ୍ମାର୍ଟ କ୍ଲାସରୁ ମସାଙ୍ଗ କୁଇଲା ଇବ୍ରେରୀ ଉନ୍ନତ ମାନର ଵିଜ୍ଞାନ ଲ୍ୟାବ, ସ୍ଵଚ୍ଚ ପିଇବା ପାଣି, କ୍ରୀଡା ଭିତ୍ତି ଭୂମି, ଟଏଲେଟ ଭଳି ବ୍ୟବସ୍ଥା ପିଲାଙ୍କ ପାଠ ପଢ଼ା ପାଇଁ ଯେଉଁ ସବୁ ସୁବିଧା କରାଯାଇଛି । ତାହା କୌଣସି ଘରୋଇ ସ୍କୁଲଠାରୁ କମ ନୁହଁ ଅର୍ଥାତ ଯେଉଁ ଚିରା ଚରିତ ଧାରାରେ ବ୍ଲାକ ବୋର୍ଡ ଆଉ ଚକଖଡ଼ି ମାଧ୍ୟମରେ ପାଠପଢା ଯାଉଥିଲା ।

ସେଥିରେ ବ୍ୟାପକ ପରିବର୍ତ୍ତନ ଆଣି ଗଞ୍ଜାମ ଜିଲ୍ଲା ବେଗୁନିଆ ପଡା ବ୍ଲକର ପ୍ରଥମ ପର୍ଯ୍ୟାୟାରେ ୩ଟି ବିଦ୍ୟାଳୟରେ ଆରମ୍ଭ ହୋଇଥିଲା ସ୍ମାର୍ଟ ସ୍କୁଲ ବ୍ୟବସ୍ଥା । ରଜା ପୁରସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ,ପାଇକପଡା ବଟେଶ୍ୱର ହାଇସ୍କୁଲ ,ଅଙ୍ଗାର ଗାଁ ଦଣ୍ଡ ପାଣି ସୁମନ୍ତରାୟ ହାଇସ୍କୁଲର ବଦଳିଛି ରୂପ ରେଖ । ଆଉ ବର୍ତମାନ ଦ୍ୱି୍ତୀୟ ପର୍ଯ୍ୟାୟରେ ବେଗୁନିଆ ପଡା ବ୍ଲକରେ ୧୦ଟି ସ୍କୁଲର ବଦଳୁଛି ରୂପରେ ଖକେ ବରିଡା ପଞ୍ଚାୟତର ବିରିବାଟିଆ ହାଇସ୍କୁଲ, ଶାଙ୍କୁଡା ଧବଳେଶ୍ୱର ବିଦ୍ୟାପୀଠ, ଖଣ୍ଡିଆନଇ ଜନତା ହାଇସ୍କୁଲ, କାଲି ମେଘିଜାଗିଲିପଦର ହାଇସ୍କୁଲ, କୋଦଳା ଏନଏସି ନୋଡାଲ ହାଇସ୍କୁଲ, ମର୍ଦ୍ଧମେଖ ନୋଡାଲ ହାଇସ୍କୁଲ, ସୁମଣ୍ଡଳର ବିଘୋଷ ବିଦ୍ୟାପୀଠ, ଏସ ଛଚିନା ରାଧାକୃଷ୍ଣ ହାଇସ୍କୁଲ, ଫାସୀମାଣି କେଶ୍ବରୀ ନୋଡାଲ ବିଦ୍ୟାପୀଠ, ତାଳସର ନୋଡାଲ ହାଇସ୍କୁଲ ବେଗୁନିଆ ପଡା ବ୍ଲକର ଏହି ୧୦ଟି ସ୍କୁଲ ଦ୍ୱତୀୟ ପର୍ଯ୍ୟାୟରେ ନୂତନ ରୂପ ରେଖ ପାଇବାକୁ ଯାଉଛି ।


ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞାପ୍ରିୟ ଦର୍ଶିନୀଙ୍କ ତତ୍ତ୍ୱବଧାନ ଓ କାର୍ଯ୍ୟାନିଷ୍ଠାସାଙ୍ଗକୁ ଵିଭଗୀୟ ଅଧିକାରୀଙ୍କୁ ସାଙ୍ଗରେ ନେଇ ଚୂଡାନ୍ତ ପର୍ଯ୍ୟାୟରେ ନୂତନ ରୂପ ରେଖ ପାଇବାକୁ ଯାଉଛି ସ୍ମାର୍ଟ ସ୍କୁଲ କାର୍ଯ୍ୟ । ରାଜ୍ୟସରକାରଙ୍କ ୫ କାର୍ଯ୍ୟକ୍ରମରେ ରୂପ ରେଖ ବଦଳାଇ ସ୍କୁଲକୁ ଦିଆଯାଉଛି ସ୍ମାର୍ଟ ସ୍କୁଲର ମାନ୍ୟତା । ଉନ୍ନତମାନର କାର୍ଯ୍ୟ ସାଙ୍ଗକୁ ବିଭାଗୀୟ ଅଧିକାରୀଙ୍କ ଗୁରୁ ଦାୟିତ୍ୱ ଯୋଗୁଁ ଦିନ କେଇଟାରେ ବେଗୁନିଆପଡା ବ୍ଲକରେ ବଦଳୁଛି ଶିକ୍ଷା ଭିତ୍ତି ଭୂମିର ମାନଦଣ୍ଡ । ପାଇଲଟ ପ୍ରୋଜେକ୍ଟ ଭାବେ ଗଞ୍ଜାମରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟା ରେ ସ୍କୁଲ ପିଛା ଖର୍ଚ୍ଚ ହେଉଛି ୪୫ ଲକ୍ଷ ଟଙ୍କା ।