ଭାରତ

ମକର ଅବସରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଗଙ୍ଗାସ୍ନାନ

ହରିଦ୍ୱାର: ଗୁରୁବାର ମକର ସଂକ୍ରାନ୍ତି ଅବସରରେ ଗଙ୍ଗାର ହର କି ପୈରି ଓ ଅନ୍ୟାନ୍ୟ ବିଭିନ୍ନ ଘାଟରେ ବହୁ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରିଛନ୍ତି । ଆଧ୍ୟାତ୍ମିକ ସ୍ନାନ ପାଇଁ ଗଙ୍ଗାରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । କୁମ୍ଭ ମେଳା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ଏକ ଅଭ୍ୟାସ ଯାତ୍ରା ଥିଲା । ମକର ସଂକ୍ରାନ୍ତିରେ ଗଙ୍ଗାରେ ସ୍ନାନ କରି ପୁଣ୍ୟ ଅର୍ଜନ କରିବାକୁ ସାରା ଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାରୁ ଗଙ୍ଗା ତୀରରେ ବୁଧବାର ରାତିରୁ ଡେରା ପକାଇଥିଲେ । ବଡି ଭୋରୁ ଶ୍ରଦ୍ଧାଳୁମାନେ ବୁଡ ଦେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରିବା ସହ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।
ଗଙ୍ଗା ନଦୀର ହର କି ପୈର ଘାଟରେ ପ୍ରଶାସନର କଡା ସୁରକ୍ଷା ମଧ୍ୟରେ ଭୋର ୪ଟାରୁ ଆଜି ସଂଧ୍ୟା ପାର୍ଯ୍ୟନ୍ତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗାସ୍ନାନ କରିଥିବା ଜିଲ୍ଲା ମାଜିଷ୍ଟ୍ରେଟ ସି ରବିଶଙ୍କର କହିଛନ୍ତି । କୋଭିଡ ୧୯କୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ପାଳନ ହେଉଛି କି ନାହିଁ ତାର ଉପରେ ଆଇଜି ସଞ୍ଜୟ ଗୁଞ୍ଜ୍ୟାଲ, ଜିଲ୍ଲା ମାଜିଷ୍ଟ୍ରେଟ ଓ ଅନ୍ୟ ଅଧିକାରୀମାନେ ତୀକ୍ଷ୍ନ ଦୃଷ୍ଟି ରଖିଥିଲେ । ଯେଉଁମାନେ ମାସ୍କ ପରିଧାନ କରି ନ ଥବଲେ ସେମାନଙ୍କଠାରୁ ଫାଇନ ଆଦାୟ ହୋଇଥିବା ଡିଷ୍ଟ୍ରିକ୍ସ ମାଜିଷ୍ଟ୍ରେଟ କହିଛନ୍ତି । ଗଙ୍ଗାର ରୁଷିକେଶସ୍ଥିତ ତ୍ରିବେଣୀ ଘାଟରେ ପ୍ରାୟ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଗଙ୍ଗା ସ୍ନାନ କରିଥିବା ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ଦେଶରେ ନୂଆ ୪୨ , ୩୨୨ ନୂଆ ଆକ୍ରାନ୍ତ ଚିହ୍ନଟ; ୪୮୫ ମୃତ

Report

ବେତନ ନ କାଟିବା ନିର୍ଦ୍ଦେଶରୁ ସରକାର ଓହରିଗଲେ

Report

ଦିଲ୍ଲୀ ରାସ୍ତାରେ ଗଡିବ ଇଲେକ୍ଟ୍ରିକ ବସ

Report

Leave a Comment