ଲଜରୁ ଜବତ ହେଲା ଲକ୍ଷାଧିକ ଟଙ୍କା ,ଫସିଲେ SDPO

0

ବଲାଙ୍ଗୀର: ଲଜରୁ ଜବତ ହେଲା ଲକ୍ଷାଧିକ ଟଙ୍କା | ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜିରେ | କେବଳ ସେତିକି ନୁହେଁ କଣ୍ଟାବାଞ୍ଜି SDPO ହୃଷୀକେଶ ମେହେର ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି | ଏହି ଘଟଣା ପରଠୁ SDPOରୁ ହଟିଲେ ହୃଷୀକେଶ | ତାଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି ।ସେପଟେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆହୁରୀ ବାକି ରହିଛି । ଘଟଣାରେ ଯାହାର ବି ସମ୍ପୃକ୍ତି ବାହାରିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି |