Reporters Today
  • Home
  • ଓଡିଶା
  • ବାସହରା ହୋଇଗଲେ ଲଳିତାଙ୍କ ପରିବାର
ଓଡିଶା

ବାସହରା ହୋଇଗଲେ ଲଳିତାଙ୍କ ପରିବାର

(ଜ୍ୟୋତିରଂଜନ ଧର/ କଣିହାଁ): ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡର କଣିହାଁ ବ୍ଲକର କଣିହାଁ ପଂଚାୟତ ଟୋଲେକବେଡା କଳାହାଣ୍ଡିଆ ହଟିଂରେ ଦୀର୍ଘ ୩୦ବର୍ଷରୁ ଉଦ୍ଧ୍ୱର୍ ବର୍ଷଧାରୀ ବସବାସ କରିଆସୁଥିବା ଲଳିତା ଲାଗୁରୀଙ୍କ ସପରିବାରକୁ ଆଜି ବାସହରା ହେବାକୁ ପଡିଛି । ହଟିଙ୍ଗ ନିକଟରେ ଜନୈକ ବ୍ୟକ୍ତି ନୂତନ ଘର ନିର୍ମାଣ କରିଛନ୍ତି । ତେବେ ଡ୍ରେନ ଓ ସରକାରୀ ଜାଗାକୁ ଅବରୋଧ କରିବା ଫଳରେ ପାଣି ନିଷ୍କାସନ ହୋଇନପାରିବା ଯୋଗୁଁ ଲଳିତାଙ୍କ ୩ ବଖରା ବାସଘର ମାଟିରେ ମିଶିଯାଇଛି । ସେହିପରି ପଡୋଶୀ ବିଜୟ ମଙ୍ଗରାଜ ଓ ରାଜକିଶୋର ନାଗଙ୍କ ଘରେ ପାଣିପଶି ଆଂଶିକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ହେବା ସତ୍ୱେ ଖବର ପାଇ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା ଘଟଣାସ୍ଥଳରେ ପହଁଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଅଗିଶମ ବିଭାଗୀୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ପାଇପ ସାହାଯ୍ୟରେ ପାଣି ବାହାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଟୋଲେକବେଡା କଳାହାଣ୍ଡିଆ ହଟିଂଗ ବାସିନ୍ଦା ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତିା

Related posts

ଓଜନ ମାପ ବିଭାଗର ଚଢାଉ ୪୫୦୦୦ ର ଜରିମାନା

Report

ଛୋଟରାୟପୁର ଗ୍ରାମରେ ୧୬ତମ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ

Report

ଶ୍ରୀମନ୍ଦିର ସେବାୟତଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ

Report

Leave a Comment