(ତାରାକାନ୍ତ ନାୟକ / ସାଲେପୁର) ; କଟକ ଜିଲ୍ଲା ସାଲେପୁର ସହରରେ ଥିବା ସାଲେପୁର ହାଇସ୍କୁଲର ନୂତନ ଅଡ଼ିଟୋରିୟମ କୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ସାହୁ,ଏବଂ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ କରକମଳରେ ଶୁଭ ଉଦଘାଟନ କରିଥିଲେ।ଏହି ଉତ୍ସବ ରେ ସାଲେପୁର ବିଧାୟକ ସଭାପତିତ୍ୱ କରିଥିଲେ। ମୂଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ବକ୍ତା ଭାବେ ଅରୁଣ ସାହୁ ଯୋଗ ଦେଇ ଥିଲେ।ତାଙ୍କ ସହ ବ୍ଳକ ଉପାଧ୍ୟକ୍ଷ ରମେଶ ଜେନା,ବ୍ଲକ୍ ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ବ୍ଲକ ଯୁବ ବିଜେଡି ସଭାପତି ସଞ୍ଜିବ ଦାଶ, ଜିଲ୍ଲା ଯୁବ ବିଜେଡି ସଂପାଦକ ବିଶ୍ୱଜିତ ଚାଟାର୍ଜୀ, ଛାତ୍ର ବିଜେଡି ସଭାପତି ଶୁଭମ୍ ଦାଶ,ବହାଗ୍ରାମ ସରପଞ୍ଚ ମିଲିରାଣୀ ବୋଷ,ସୋଫିୟା ରାଉତରାୟ,ବିଭୂତି ଭୂଷଣ ଦାଶ,ଯୁବନେତା ବିରଞ୍ଚିନାରାୟଣ କର,ରାଜେଶ୍ ମହାନ୍ତି, ମୀତୁମଲ୍ଲ,ଅଶ୍ଵିନୀ ଦାସ, ଜୟରାମ ବେହେରା, ନବକିଶୋର କର, ପ୍ରମୁଖ ଯୋଗୋ ଦେଇଥିଲେ।ସେହିଭଳି ସ୍ବୟଂଶାସିତ ମହାବିଦ୍ୟାଳୟ ର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଶୁଭ ଉଦଘାଟନ କରିଛନ୍ତି ଉଭୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼କ୍ଟର ଅରୁଣ ସାହୁ ଏବଂ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା। ତାଙ୍କ ସହ ସ୍ଥାନୀୟ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଉପସ୍ଥିତ ଥିଲେ। କୋଭିଡ କଟକଣା ମାନି ଏହି ଦୁଇ କାର୍ୟ୍ୟକ୍ରମ ସମାପନ ହେବା ସହ ଆଗକୁ ସାଲେପୁର ଅଞ୍ଚଳର ଏହି ଦୁଇ ସର୍ବ ପୂରାତନ ଶିକ୍ଷାନୁଷ୍ଠାନର କିଭଳି ଆହୁରୀ ଅଧିକ ଉନ୍ନତି ହେବ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।