ଚର୍ମ କୁଞ୍ଚନ କରିବ ଏହି ସବୁ ଘରୋଇ ଉପାୟ , ଜାଣନ୍ତୁ

0

 

ନୂଆଦିଲ୍ଲୀ – ବୟସ ବଢିବା ସଙ୍ଗେ ସଙ୍ଗେ ସୈାନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇଥାଏ । ବିଶେଷ କରି ଏହାର ପ୍ରଭାବ ମୁଖ୍ୟତଃ ମୁହଁରେ ପ୍ରଥମେ ଦେଖାଯାଇଥାଏ । ଆଖି ଚଳ ପଡିବା , ଚର୍ମ କୁଞ୍ଚନ ହେବା ଭଳି ସମସ୍ୟା ଆସିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ଲୋକ ଡାକ୍ତରଙ୍କ ସହାୟତା ନେଇଥାନ୍ତି । ତେବେ କମ୍ ଖର୍ଚ୍ଚରେ ମଧ୍ୟ ଘରୋଇ ଉପଚାରରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।ଗୋଟିଏ ଚାମଚ ଦହି ସହ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏଥିରେ କିଛି ବୁନ୍ଦା ଗୋଲାପ ଜଳ ପକାଇ ତାହା ସହ ମିଶ୍ରଣ କରନ୍ତୁ । ଏହାକୁ ୨୦ ମିନିଟ ଯାଏ ମୁହଁରେ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା ମୁହଁରୁ ରିଙ୍କଲ୍ସ ଦୂର ହେବା ସହ ତ୍ୱଚା ସଫା ହୋଇ୍ୟାଇଥାଏ ।


ଗୋଟିଏ ଚାମଚ ନଡିଆ ତେଲରେ ଗୋଟିଏ ଚୁଟକି ହଳଦି ପାଉଡର ମିଶାନ୍ତୁ । ଏହି ମିଶ୍ରଣକୁ ରିଙ୍କଲ୍ସ ହୋଇଥିବା ସ୍ଥାନରେ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଏହା ପରେ ଧୋଇ ଦିଅନ୍ତୁ ।


ରାତିରେ ଶୋଇବା ପୂର୍ବରୁ ନଡିଆ ତେଲରେ ମୁହଁର ମାଲିସ କରନ୍ତୁ । ସକାଳୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।  ଦହିରେ କାକୁଡି ରସ ମିଶାଇ ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଏହି ପେଷ୍ଟକୁ ଲଗାଇ ରଖନ୍ତୁ । ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହ ଭିତରେ ୨ ରୁ ୩ ଥର ଏହି ଉପାୟକୁ କରନ୍ତୁ । ଏହା କରିବା ଦ୍ୱାରା ତ୍ୱଚାର ଉଜ୍ୱଳତା ବଢିବା ସହ ମୁହଁରେ ପଡିଥିବା କୁଞ୍ଚନ ମଧ୍ୟ ଧୀରେ ଧୀରେ କମିଯିବ ।