ଓଡିଶା

ବେଗୁନିଆପଡ଼ାଠାରେ ନୂତନ ପ୍ରକଳ୍ପର ମାରାଥନ ଉଦଘାଟନ କଲେ ବିଧାୟିକା ଲତିକା ପ୍ରଧାନ

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗସ୍ତରେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ବିଭିନ୍ନ ପ୍ରକଳ୍ପର ମାରାଥନ ଉଦଘାଟନ କରିଛନ୍ତି। ଫାଶୀ ପଞ୍ଚାୟତରେ ୧୦ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି ।ଫାଶୀ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଗୋପିନାଥ ମନ୍ଦିର ନିକଟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଯୁବକ ସଂଘ ଗୃହ, ଯାତ୍ରୀ ବିଶ୍ରାମଗାର, ଗୋଷ୍ଠୀ ଶୌଚାଳୟ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଭବନ, ବେତାରାପଲ୍ଲୀଠାରେ ପାଠାଗାର ଓ ସୂଚନା କେନ୍ଦ୍ର, ମେଦିନୀପୁରଠାରେ ବିଶ୍ୱନାଥ ସଂସ୍କୃତ ବିଦ୍ୟାପୀଠ ଗୃହ, କାଣ୍ଡସର ଠାରେ ଅଂଗନବାଡି ଗୃହ, ଲାଠୁଳି ଠାରେ କୋଠଘରର ଉଦଘାଟନ କରିଥିଲେ ବିଧାୟିକା। ଏହା ପରେ ଦିଗାପଡା ପଞ୍ଚାୟତର ୧୧ ଟି ପ୍ରକଳ୍ପ ଯଥା, ପାଠାଗାର,କୋଠଘର,ଶ୍ମଶାନ ଗୃହ ପଞ୍ଚାୟତ ଅତିରିକ୍ତ ଗୃହ, ହାଇସ୍କୁଲ ଅତିରିକ୍ତ ଗୃହ, ରେଗିଂଟି ପଲ୍ଲୀ ଯାତ୍ରୀ ବିଶ୍ରାମଗାର, କୋଠଘର,ଢାମଣାଖୋଲ କୋଠଘର, ଧନଞ୍ଜୟପୁର କୋଠଘର, ନେଉଳି କୋଠଘର ଓ ଶ୍ମଶାନ ଗୃହ ଉଦ୍ଘାଟନ କରାଯାଇଥିଲା। ଏଥି ସହିତ ଚନ୍ଦନପୁର ପଞ୍ଚାୟତର ୫ ଟି ପ୍ରକଳ୍ପ ଯଥା ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ, ଗ୍ରାମୀଣ ବ୍ୟାୟାମ ଶାଳା, ବଜାର ଗୃହ, ଗ୍ରାମୀଣ ଉଦ୍ୟାନ, ଗ୍ରାମର ରୋଷଘରକୁ ଉଦଘାଟନ କରାଯିବା ସହ ମୁଣ୍ଡୁଳା ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶିଳାନ୍ୟାସ କରାଯାଇଥିଲା। କାର୍ୟ୍ୟକ୍ରମରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ଫାଶୀ ସରପଞ୍ଚ ନବୀନ ଦଳେଇ, ଦିଗାପଡା ସରପଞ୍ଚ ପୂଜା ପରିଡା, ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Related posts

ବରୀରେ ଅଭାବନୀୟ ଘଟଣା ଆମ୍ବୁଲାନ୍ସ ବଦଳେ ଟଲିରେ ବୁହାହେଲେ ପ୍ରସୂତି

Report

ସଚେତନତା ପାଇଁ ଗଡିଲା ଗଣତନ୍ତ୍ର ରଥ

Report

ଯାତ୍ରା ଦେଖିବା ହେଲା କାଳ, ୫ ଜଣଙ୍କ ମୃତ୍ୟୁ

Report

Leave a Comment