ଭୁବନେଶ୍ୱର: ଅର୍ଚ୍ଚନା ଘଟଣାରେ କାହିଁକି ମୁଖ୍ୟମନ୍ତ୍ରୀ ନିରବ । କଣ ବ୍ଲାକମେଲ ହୋଇଛି ତାହା ସମସ୍ତ ଜାଣିବାକୁ ଚାହୁଁଛନ୍ତି । ଏହି ଘଟଣାରେ ଅନେକ ବଡ଼ ବଡ଼ିଆଙ୍କ ସମ୍ପୃକ୍ତ ଏବଂ ଫଟୋ ଥିଲେ ବି ତାଙ୍କୁ ପୋଲିସ ଥରୁଟିଏ ବି ଡାକିନାହିଁ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ତେଣୁ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଆଉ ଗୃହ ରାଷ୍ଟ୍ର ମନ୍ତ୍ରୀ ସଠିକ ତଥ୍ୟ ଆଣି ଗୃହରେ ଉପସ୍ଥାପନ କରନ୍ତୁ ।