ସନଷ୍ଟ୍ରୋକରୁ ରକ୍ଷା ପାଇବା ଓ ସୁସ୍ଥ କେମିତି ରହିବା , ସେନେଇ କ’ଣ କରିବେ? ଆସନ୍ତୁ ପଢିବା

0

ବ୍ୟୁରୋ: ଗ୍ରୀଷ୍ମ ରିତୁରେ ଶରୀର ଡିହାଡ୍ରେସନ୍ ହୋଇଯିବା ସାଧାରଣ କଥା । ଏଥିରୁ ରକ୍ଷା କରିବା ପାଇଁ ସମସ୍ତେ କିଛି ନା କିଛି ଉପାୟ ବାହାର କରନ୍ତି । ଏବେର ସମୟରେ ସବୁଠୁ ଅଧିକ ତାପାମାତ୍ରା ରହୁଥିବାବେଳେ ଲୋକ ଭୟରେ ରହୁଛନ୍ତି । ଆମେ ଆଜି କିଛି ଏମିତି ଉପାୟ ବିଷୟରେ ଜାଣିବା ଯାହା ପାଇଁ ସନଷ୍ଟ୍ରୋକରୁ ରକ୍ଷା ପାଇପାରିବା । ଅଧିକ ପାଣି ପିଅନ୍ତୁ, ଖରା ଦିନରେ ନିଜର ଶରୀରର ଧ୍ୟାନ ରଖିବାର ସବୁଠୁ ସହଜ ଉପାୟ ହେଉଛି ଅଧିକରୁ ଅଧିକ ପାଣି ପଇବା । ଲୁ ଅବା ସନଷ୍ଟ୍ରୋକରୁ ବଂଚିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ନିହାତି ଜରୁରୀ ।

ସୁସ୍ଥ ଜୀବନ ବଂଚିବା ପାଇଁ ସମସ୍ତେ ଚାହାଁନ୍ତି । ଏଥିପାଇଁ ଉତ୍ତମ ଖାଦ୍ୟ ଖାଇବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ଏକ୍ସପଟଙ୍କ କହିବା ଅନୁସାରେ ହାର୍ଟ ହେଲଥ  ସହ ଡାଜେସନ୍ ବା ହଜମ ପକ୍ର୍ରିୟାକୁ ଠିକ୍ ରଖିବା ପାଇଁ ତରଭୁଜ ସବୁଠୁ ଜରୁରୀ ହୋଇଥାଏ । ଏହା ଓଜନ କମେଇବାରେ ସାହର୍ଯ୍ୟ କରିବା ସହ ଶରୀରକୁ ହାଇଡ୍ରେଡ ରଖିଥାଏ । ହାଲକା ଭୋଜନ କରନ୍ତୁ । ଖରାଦିନରେ ଅନେକ ଲୋକଙ୍କ ଖାଇବା ପାଇଁ ଇଚ୍ଛା ହୋଇନଥାଏ । ଏମିତି ସ୍ଥିତିରେ ଅଧିକ ନ ଖାଇଲେ ବି ହାଲକା ଖାଦ୍ୟ ଖାଆନ୍ତୁ । ଏବଂ ତାହା ପୋଷ୍ଟିକ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ । କମ୍ ଖାଆନ୍ତୁ କିନ୍ତୁ ଖାଲି ପେଟରେ ରୁହନ୍ତୁ ନାହିଁ । ଏହା ଦ୍ୱାରା ଆପଣ ଗରମ ସହ ଳଢିପାରିବେ । ସନସ୍କିନ୍ ଲୋସନ ଲଗାନ୍ତୁ । ଖରାଦିନରେ ସୂର୍ଯ୍ୟଙ୍କ ଖରାରୁ ନିଜ ସ୍କିନକୁ ରକ୍ଷା ପାଇବା ପାଇଁ ଲଗାନ୍ତୁ ।

ଏହାକୁ ନ ଲଗାଇବା ଦ୍ୱାରା ସନ୍ ଟ୍ୟାନ୍ ହୋଇଯାଏ । ଏଥି ପାଇଁ ସ୍କିନ୍ କ୍ୟାନସର ହେବାର ସମ୍ଭାବନା ବଢିଯାଏ । ଡାଇରେକ୍ଟ ସନ୍ ଲାଇଟ୍ ବଂଚିବା ପାଇଁ ଆପଣ ନିଗ ସ୍କିନରେ ସନ୍ ସ୍କିନ ଲଗାଇପାରିବେ । ତାଜା ଖାଦ୍ୟ ଖାଆନ୍ତୁ, ଏହି ସମୟରେ ଆପଣ ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ଶରୀରକୁ ସଠିକ୍ ଉଦ୍ଜା ମିଳିବ ନାହିଁ । ଏହା ଦ୍ୱାରା ପେଟ ଖରାପ ମଧ୍ୟ ହୋଇପାରେ । ତେଣୁ ସବୁବେଳେ ତାଜା ଖାଦ୍ୟ ଖାଆନ୍ତୁ । ନିଶା ଦ୍ରବ୍ୟ ବାରଣ କରନ୍ତୁ । ଅଧିକ ନିଶା ଦ୍ରବ୍ୟ ଖାଇବା ଦ୍ୱାରା ଶରୀରର ହାନିକାରକ ପ୍ରଭାବ ପଡିଥାଏ । ଏହାକୁ ଖରାଦିନରେ ସେବନ କରିବା ଦ୍ୱାରା ଶରୀର ପାଇଁ ଏହା ବିଷାକ୍ତ ହୋଇଯାଏ । ଟାଣ ଖରାରେ ଏହା ପିଇବା ଦ୍ୱାରା ଶରୀର ଡ୍ରହାଇଡ୍ରେଟ ହୋବାର ସମ୍ଭାବନା ହୋଇଥାଏ । ତେବେ ତାଜା ପରିବା ଖାଆନ୍ତୁ , ଅଧିକରୁ ଅଧିକ ପାଣି ପିଅନ୍ତୁ , ଏବଂ ଖରାରୁ ଯେତେ କମ ହେବ ଖାରାକୁ ଯାଆନ୍ତୁ ନାହିଁ । ଏବଂ ଏହି ସବୁ ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ ।