ଭୁବନେଶ୍ୱର:ବହୁ କସରତ ପରେ ଭଦ୍ରକ ଜିଲ୍ଲା ଧାମନଗର ଗାଦିକୁ ଅକ୍ତିଆର କରିଛନ୍ତି ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ।ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏଥିରେ ନବ ନିର୍ବାଚିତ ହୋଇଥିବା ବିଧାୟକ ସୂରଜ ପ୍ରଥମ ଥର ପାଇଁ ବିଧାନସଭା ଶୀତକାଳୀନ ଅଧିବେଶନର କାର୍ୟ୍ୟ ଆରମ୍ଭ କରିଛନ୍ତି। ତେବେ ଦୀର୍ଘ ଦିନ ଧରି ଭଦ୍ରକ ଜିଲ୍ଲା ବାସିନ୍ଦା ସରକାରୀ ଅବହେଳାର ଶିକାର ହେଉଛନ୍ତି ।ଯାହାକୁ ନେଇ ଧାମନଗର ଯୁବ ବିଧାୟକ ସୂରଜଙ୍କୁ ଚିଠି ଲେଖିଛନ୍ତି ଭଦ୍ରକ ଜିଲ୍ଲାର ଯୁବ ବର୍ଗ ।
ନିମ୍ନଲିଖିତ ପ୍ରସଙ୍ଗ
୧. ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ।
୨. ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ।
୩. ଧାମନଗରରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ସହ ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ପଦକ୍ଷେପ ।
୪. ଧାମନଗର ନିର୍ବାଚନମଣ୍ଡଳୀରେ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ।
୫. ଧାମରା ବନ୍ଦରରେ ଜିଲ୍ଲାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ।
୬. ମନ୍ତେଇ ନଦୀରେ ସେତୁ ନିର୍ମାଣ ।
୭. ଧୂଷୁରି ଅଞ୍ଚଳକୁ ବ୍ଲକରେ ରୂପାନ୍ତର ।
୮. ଜିଲ୍ଲାର ବିଭିନ୍ନ ଐତିହାସିକ, ସାଂସ୍କୃତିକ ଏବଂ ଧାର୍ମିକ ସ୍ଥଳର ଉନ୍ନତିକରଣ ।
୯. ବାସୁଦେବପୁର, ଚାନ୍ଦବାଲିର ଉପାନ୍ତ ଅଞ୍ଚଳରେ ସ୍ଵାସ୍ଥ୍ୟ ସେବାର ସୁଦୃଢ଼ୀକରଣ ।
୧୦. ଭଦ୍ରକରୁ ଧାମରା ପାସେଞ୍ଜର ରେଳ ଚଳାଚଳ ।
ଏହି ସବୁ ସମସ୍ୟା କୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ସବୁ ସମସ୍ୟାର ସମଧାନ କରିବାକୁ ଚିଠି ରେ ନିବେଦନ କରାଯାଇଛି । ଏହା ସହ ଉପରୋକ୍ତ ଦାବି ଗୁଡିକ ପୂର୍ଣ୍ଣ ହେଲେ ଜିଲ୍ଲା ପ୍ରଗତି ପଥରେ ଆଗେଇବ ନେଇ ଦୃଢ ବିଶ୍ୱାସ ରଖିଛନ୍ତି ଭଦ୍ରକ ଜିଲ୍ଲା ବାସିନ୍ଦା ।