ଟିପର୍ ତଳେ ଚାପି ହୋଇ ଚାଲିଗଲା ଜୀବନ

0

ବିଷମ କଟକ / ରବିନ୍ଦ୍ର କୁମାର ସାହୁ : ଟିପର ଓଲଟି ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅଧୀନସ୍ଥ ପୁଟ୍ରୁଗୁଡା ଛକ ନିକଟରେ ଏକ କୋଇଲା ବୋଝେଇ ଟିପର୍ ଭାରସାମ୍ୟ ହରାଇ ଓଲଟି ପଡିବା ରୁ ଘଟଣା ସ୍ଥଳରେ ଚାଳକଙ୍କ ର ମୃତୁ ହୋଇଛି । ସୂଚନା ଅନୁଯାଇ ଟିପର୍ ଟି କୋଇଲା ନେଇ ରାୟଗଡ଼ା ଅଭିମୁଖେ ଯାଉଥିବା ସମୟ ରେ ଭାରସାମ୍ୟ ହର।ଇ ଓଲଟି ପଡି ଛି । ସେହି ଟିପର ଭିତରେ ଚାଳକ ଜଣକ ଥିବାରୁ ସେ ଟିପର ତଳେ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ବିଷମ କଟକ ପୋଲିସ ଓ ଅଗ୍ନିସମ ବିଭାଗ ପହଞ୍ଚି ଜେସିବି ସାହାଯ୍ୟରେ ଟିପର୍ କୁ ଉଠାଇ ସବ କୁ ଉଦ୍ଧାର କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗକୁ ଶବ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ପ୍ରଧାନ କହିଛନ୍ତି।