ଗୀତ ଗାଇବା ସମୟରେ ଚାଲିଗଲା ଜୀବନ

0

କୋରାପୁଟ: ମୃତ୍ୟୁ କେତେବେଳେ ଆସେ ତାହା କେହି କହିପାରିବେ ନାହିଁ । ଦଶହରାରେ ଷ୍ଟେଜ ଶୋ କରୁଥିବା ବେଳେ ଜଣକଙ୍କ ଜୀବନ ଚାଲିଯାଇଛି । ଗୀତ ଗାଇସାରି ଚେୟାର ରେ ବସିଥିବା ସମୟରେ ଚାଲିଯାଇଛି ଜୀବନ । ଆଜ୍ଞା ହଁ ଏମିତି ଏକ ଘଟଣା କୋରାପୁଟ ଜୟପୁର ଦଶହରାରେ ଘଟିଛି । ଗାୟକ ଜଣକ ହେଉଛନ୍ତି ଜୟପୁରର ପ୍ରସିଦ୍ଧ କଣ୍ଠଶିଳ୍ପୀ । ସମସ୍ତେ ତାଙ୍କୁ ଅକ୍ଷୟ ମହାନ୍ତି ରୂପେ ଅଭିହିତ କରିଥାନ୍ତି । ପ୍ରକୃତରେ ତାଙ୍କ ନାମ ହେଉଛି ମୂରଲୀ ମହାପାତ୍ର ।

ସୂଚନା ଅନୁସାରେ ଦୁର୍ଗା ପୂଜାର ସପ୍ତମୀ ସନ୍ଧ୍ୟା ଅବସର ପାଇଁ ଆୟୋଜିତ ହୋଇଥିଲା ଏକ ସଂଗୀତ ସମାରୋହ ଆୟୋଜନ ହୋଇଥିଲା । ସେଠାରେ କଣ୍ଠଶିଳ୍ପୀ ମୂରଲୀ ମହାପାତ୍ର ଗୀତ ଗାଇବା ପାଇଁ ଆସିଥିଲେ ଷ୍ଟେଜରେ ସେ ଗୀତ ଗାଇବା ପୂର୍ବରୁ କହିଥିଲେ ମୋ ଦେହ ଅସୁସ୍ଥ ଅଛି ଯଦି ଗୀତ ଗାଇବାରେ କିଛି ତ୍ରୁଟି ରୁହେ ତେବେ ମୋତେ ଆପଣମାନେ କ୍ଷମା କରିବେ । ଏହିକଥା କହି ସେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ଯାଯାବର ଗୀତ ଗାଇ ଦର୍ଶକ ମାନଙ୍କୁ ଝୁମାଇଥିଲେ ।

ତାହାପରେ ସେ ମଂଚରୁ ଓହ୍ଲାଇ ଚେୟାର ରେ ବସିଥିବା ସମୟରେ ହୃତଘାତର ସ୍ୱୀକାର ହୋଇଥିଲେ । ତେବେ ସେଠାରେ କଣ୍ଠଶିଳ୍ପୀ ମୂରଲୀ ମହାପାତ୍ର ପ୍ରାଣ ହରାଇଥିଲେ । ଏହିପରି ଏକ ଘଟଣା କିଛିଦିନ ତଳେ ବଲିଉଡ଼ର ପ୍ରଖ୍ୟାତ ସିଙ୍ଗର କେକେଙ୍କର ମୃତ୍ୟୁ ଷ୍ଟେଜ ଶୋ କରିସାରିବା ପରେ ମୃତ୍ୟୁ ହୋଇଥିଲା । ଏବେ ଏହି ଘଟଣା ଓଡ଼ିଶାରେ ଦେଖିବାକୁ ମିଳିଲା । ତେବେ କିଏ କେତେବେଳେ ପ୍ରାଣ ହରାଇବ ସେଇଟା କେହିକହିପାରିବେନି ।