ରସଗୋଲା ପାଇଁ ଗଲା ଜୀବନ

କନ୍ୟା ବିନା ଫେରିଲା ବର

0

ଆଗ୍ରା : ବିବାହ ବେଦିରେ ଘଟିଲା ଅଘଟଣ । ରସଗୋଲା ପାଇଁ ସ୍ୃଷ୍ଟି ହୋଇଥିଲା କଥାକଟି । ଆଉ ମାତ୍ର କିଛି ସମୟ ମଧ୍ୟରେ କିଛି ସମୟ ଭିତରେ ଛୋଟ ଝଗଡାଟି ବର୍ବର ହତ୍ୟାକାଣ୍ଡରେ ପରିଣତ ହୋଇଥିଲା । ଉତ୍ତର ପ୍ରଦେଶର ଆଗ୍ରା ଠାରେ ଏହି ଅଘଟଣାଟି ଘଟଯାଇଛିି । ତେବେ ମିଳିଥିବା ସୂଚନା ଅନୁସାରେ, ବୁଧବାର ଦିନ ଉତ୍ତରପ୍ରଦେଶ ଏତମାଦପୁରରେ ବର ଜାଭେଦ୍ ଏବଂ କନ୍ୟା ରସିଦଙ୍କ ମଧ୍ୟରେ ବିବାହ ଚାଲିଥିଲା ଜ୍ଝ ଜାଭେଦଙ୍କ ପକ୍ଷରୁ ଆସିଥିବା ବରଯାତ୍ରୀମାନେ ଯେତେବେଳେ ଭୋଜି ଖାଇବାକୁ ଯାଇଥିଲେ ।

ବରଯାତ୍ରୀ ଜଣକ ଖାଇବା ସମୟରେ ଗୋଟିଏ ଅଧିକ ରସଗୋଲା ମାଗିଥିଲେ । କିନ୍ତୁ କନ୍ୟା ପକ୍ଷରୁ ପରିବେଶଣ କରୁଥିବା ପିଲା ଆଉ ଗୋଟିଏ ରସଗୋଲା ଦେଇହବନି ବୋଲି ରୋକଠୋକ୍ ମନା କରିଦେଇଥିଲା । ଏହା ପରେ ଛୋଟ ଝଗଡା ଆରମ୍ଭ ହୋଇଥିଲା । ତେବେ ଝଗଡା ଏତେ ବଢି ଯାଇଥିଲା ଯେ, ହଣାକଟା ଆରମ୍ଭ ହୋଇଯାଇଥିଲା । ଏହି ଘଟଣାରେ ବରଯାତ୍ରୀ ଭାବେ ଆସିଥିବା ୨୦ ବର୍ଷୀୟ ଖଲିଲଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ବରଯାତ୍ରୀ ଶାହାରୁଖ ଆହତ ହୋଇଥିଲେ। ତେବେ ବିବାହ କାର୍ୟ୍ୟକ୍ରମରେ ଗଣ୍ଡଗୋଳ ଓ ବରଯାତ୍ରୀଙ୍କୁ ଆକ୍ରମଣ ପରେ ବର , କନ୍ୟାକୁ ନ ନେଇ ଘରକୁ ଫେରିଯାଇଥିଲା ।  ଏହି ଘଟଣାକୁ ନେଇ ଆଗ୍ରା ପୁଲିସ ଅଧ୍ୟକ୍ଷ ସତ୍ୟଯିତ ଗୁପ୍ତା କହିଛନ୍ତି ଯେ, ଫୋରେନସିକ୍ ଟିମର ସହାୟତା ଦ୍ୱାରା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।