ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

0

ସୋନପୁର– ମୃତ୍ୟୁ କେତେବେଳେ କାହ ପାଖକୁ ଆସେ ତାହା କେହି ଜାଣି ନଥାନ୍ତି ।ଏମିତି ବି ଆସେ ମୃତ୍ୟୁ ।ବିଲରେ ପାଣି ମଡାଇବା ପାଇଁ ପମ୍ପ ଲଗାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଦ୍ୱୟ ହେଲେ ଜଣେ ରାଧେଶ୍ୟାମ ସାହୁ ଓ ଅନ୍ୟ ଜଣେ ଗୋପ ସାହୁ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ, ଗାଁର ଏକ ବିଲରେ ପାଣି ପମ୍ପ ଲଗାଇବା ସମୟରେ ଏଭଳି ଘଟଣା ଘଟିଛି । ପାଣି ପମ୍ପକୁ ତାର ସଂଯୋଗ ସମୟରେ ଲାଗିଥିଲା ବିଦ୍ୟୁତ ତାର । ଯାହାଫଳରେ କି ସେଠାରେ ଥିବା ୨ଜଣଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ତରଭା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ୍ୟୁ ଖବର ପାଇ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।