ପୁରୀ: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର। ଶ୍ରୀମନ୍ଦିରର ଗର୍ଭଗୃହ ଭିତରେ ଏକ ଚୂନ ଖଣ୍ଡ ଖସିପଡ଼ିଥିବା ଜଣାପଡ଼ିଛି । ଖସିପଡ଼ିଥିବା ଚୂନ ଖଣ୍ଡର ଓଜନ ପ୍ରାୟ ଦେଢ଼ କିଲୋର ହେବ ବୋଲି କୁହାଯାଉଛି । ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି ଆଘାତ ଲାଗିନାହିଁ ବୋଲି ସୂଚନା ରହିଛି। ଏହି ଘଟଣା ଦୁଇ ଦିନ ତଳର ବୋଲି ଜଣାପଡ଼ିଛି। ତେବେ କେତେକ ଗର୍ଭଗୃହରେ ଖସିପଡ଼ିଥିବା ଖଣ୍ଡଟି ଚୂନ ନୁହେଁ, ପଥର ହୋଇପାରେ ବୋଲି ଦାବି କରୁଛନ୍ତି।
ସୌଭାଗ୍ୟବଶତଃ ଏହା ଦ୍ୱାରା ବଡ଼ ଠାକୁରଙ୍କ ଶ୍ରୀଅଙ୍ଗ କିନ୍ତୁ ସୁରକ୍ଷିତ ରହିଛି । ମିଳିଥିବା ସୂଚନା ଅନୁସାେ. ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟ ପରିକ୍ରମା ମାର୍ଗରୁ ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଏହି ପଥର ଠାବ କରାଯାଇଥିଲା । ପଥର ଖସିବାକୁ ନେଇ ଚର୍ଚ୍ଚା ହେବା ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ବୋଧହୁଏ ସେଥିପାଇଁ ଚୁନପଥର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଉଛି।