ଆଜି ବାହୁଡ଼ିବେ ପ୍ରଭୁ ଲିଙ୍ଗରାଜ

ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ।

0

(ଭୁବନେଶ୍ୱର) : ଆଜି ପ୍ରଭୁ ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା । ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସକାଳ ୬ଟା ୩୦ରୁ ମଙ୍ଗଳ ‌ଆଳତି ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି।

ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସାରିବାକୁ ବ୍ୟାପକ ସରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ୟ ନୀତିକାନ୍ତି ବଢିବା ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ। ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି।

ତେବେ ଚଳିତବର୍ଷ ରୁକୁଣା ରଥଯାତ୍ରାରେ ବହୁ ଅବ୍ୟବସ୍ଥା ଓ ଅଘଟଣ ଦେଖିବାକୁ ମିଳିଛି। ରଥର ଚକ ଫାଟିବା ଓ ରାସ୍ତା ଦବିବାରୁ ୩ ଦିନରେ ମାଉସୀ ମା’ ମନ୍ଦିର ପହଞ୍ଚିଥିଲା ରଥ।