ନିୟମ ନମାନିଲେ ଗଣିବେ ତଣ୍ଡ; ପାନ କାର୍ଡ ପାଇଁ ଆସିଲା ନୂଆ ନିୟମ

0

ନୂଆଦିଲ୍ଲୀ: ପାନ୍ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସିଛି ଗୁରୁତ୍ୱପୁର୍ଣ୍ଣ ଖବର । ଆଜିକା ସମୟରେ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଡକୁମେଣ୍ଟ ହେଉଛି ପାନ କାର୍ଡ । ଏହା ଇନକମ ଟ୍ୟାକ୍ସ ବିଭାଗ ଦ୍ୱାରା ପରିଚାଳନା କରାଯାଇଥାଏ । ତେବେ ଘରକିଣିବା ହଉ କି ବ୍ୟାଙ୍କରୁ ଲୋନ୍ ନେବା ହେଉ କିମ୍ବା କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ହେଉ ସବୁଥିରେ ପାନ କାର୍ଡର ଆବଶ୍ୟକତା ରହିଥାଏ । ଏହା ସହ ଇନକମ୍ ଟ୍ୟାକ୍ସ ଭରିବା ପାଇଁ ପାନ କାର୍ଡ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେବେ ପାନ କାର୍ଡ ପାଇଁ ଆସିଛି କିଛି ନୂଆ ନିୟମ । ଯଦି ଆପଣ ଏହି ନିୟମ ନ ମାନିବେ ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡିପାରେ । ତେବେ ଜାଣନ୍ତୁ କଣ ରହିଛି ଏହି ନିୟମ ?

ପାନ କାଡଧାରୀମାନଙ୍କୁ ସେମାନଙ୍କର ପାନ ନମ୍ବରକୁ ଆଧାର କାର୍ଡ ନମ୍ବର ସହିତ ଲିଙ୍କ କରିବା ଆବଶ୍ୟକ ।ଏହି ନିୟମ ଆସନ୍ତା ବର୍ଷ ତଥା ୩୧ ମାର୍ଚ୍ଚ ୨୦୨୩ ଠାରୁ ଏହି ନିୟମ ଲାଗୁ କରାଯିବ । ଯଦି ଏହା ପରେ ବି କୌଣସି ବ୍ୟକ୍ତି ତାଙ୍କ ପାନକୁ ଆଧାରକାର୍ଡ ସହ ଲିଙ୍କି କରି ନଥିବେ । ତେବେ ତାଙ୍କୁ୧ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ । ଏହା ସହ ତାଙ୍କ ପାନ୍ କାର୍ଡ ମଧ୍ୟ ରଦ୍ଦ କରିଦିଆଯିବାର ସୂଚନା ରହିଛି । କେବେଳ ଏତିକି ନୁହେଁ ଯଦି କେହି ଆଧାର ଲିଙ୍କ ନ କରି ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଇତ୍ୟାଦିରେ ନିବେଶ କରିଲେ ତେବେ ଆୟକର ଅଧିନିୟମ ୧୯୬୧ର ଧାରା ୨୭୨ଏନ ଅନୁଯାୟୀ ବ୍ୟକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।ତେବେ ଦର୍ଶକବନ୍ଧୁ ସମୟ ଥାଇ ସାବଧାନ ହୁଅନ୍ତୁ । ଯଦି ପାନ କାର୍ଡ ସହ ଆଧାର କାର୍ଡ ଲିଙ୍କ କରାଇ ନାହାନ୍ତି ।ତେବେ ଟିକେ ସମୟ ବାହାର କରି କରିଦିଅନ୍ତୁ । ଯାହାଦ୍ୱାରା ଆପଣ ଅନେକ ଅସୁବିଧାରୁ ରକ୍ଷା ପାଇବେ ।