ଓଠ ଫାଟୁଛି କି ? ଜାଣନ୍ତୁ ଘରୋଇ ଉପଚାର ..

0

(ରିପୋର୍ଟସଟୁଡେ)- ଶୀତଦିନେ ସାଧାରଣତଃ ଅନେକ ଲୋକଙ୍କର ଓଠ ଫାଟିବା ସମସ୍ୟା ଦେଖାଇଦେଇଥାଏ । କିନ୍ତୁ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଓଠ କେବଳ ଶୀତ ଦିନ ନୁହେଁ ବରଂ ସବୁବେଳେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।ତେବେ ଏହି ସମସ୍ୟାର ଆପଣ ଶିକାର ହେଉଛନ୍ତି କି ତାହାହେଲେ ଆପଣନ୍ତୁ ଏସବୁ ଘରୋଇ ଉପାୟ
ଦହିରେ ଲେମ୍ବୁ ରସ ମିଶାଇ ସେହି ମିଶ୍ରଣକୁ ନେଇ ଓଠରେ ଲଗାଇ ରଖନ୍ତୁ । ୫ ମିନିଟ ରଖିବା ପରେ ଓଠକୁ ଧୋଇ ପରିଷ୍କାର କରନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ଗାଧୋଇବା ପୂର୍ବରୁ ଲଗାଇବା ଭଲ । ଏହା ମଶ୍ଚରାଇଜର ଭଳି ଓଠରେ କାମ କରିଥାଏ ।
ଗୋଲାପ ଜଳ,ମହୁ ଏବଂ ସେଥିରେ କ୍ଷୀରର ସର ମିଶାଇ ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ଓଠରେ ଲଗାଇବେ । ୧୫ ରୁ ୨୦ ମିନିଟ ଯାଏଁ ଏହା ଓଠରେ ରଖିବା ପରେ ହାଲ୍କା ଉଷୁମ୍ ପାଣିରେ ଓଠକୁ ଧୋଇ ସଫା କରିବେ । ଏହାପରେ ଲିପ୍ ବାମ୍ ଲଗାଇବେ ।
ଘି-କୁଆଁରୀ ରସରେ ଗୋଲାପ ପାଖୁଡା ଗୁଣ୍ଡ ଓ କ୍ଷୀରର ସର ମିଶାଇ ଓଠରେ ଲଗାଇ ଶୁଖିବା ପରେ ଧୋଇବେ । ଏହା ଓଠ ପାଇଁ ଏକ ଭଳ ମାସ୍କ ଭଳି କାମ କରିଥାଏ ।