ଭୁବନେଶ୍ୱର (ହରପ୍ରସାଦ ବିଷୋୟୀ):ଧାମନଗର ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ । ମଇଦାନରେ ତିନି ଦଳର ପ୍ରାର୍ଥୀ । ତିନି ଦଳରେ ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଛି ୫ ପ୍ରାର୍ଥିପତ୍ର । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନଥିବାବେଳେ ସ୍ୱାଧୀନ ପାର୍ଟି ଭାବରେ ଲଢ଼ିବେ ରାଜେନ୍ଦ୍ର ଦାସ । ଆସନ୍ତାକାଲିଠୁ କମ୍ପିବ ମଇଦାନ । ବିଜୟ ପାଇଁ ସବୁ ଦଳର ରଣନୀତି । ଘୋଷଣା ହୋଇସାରିଛି ଷ୍ଟାର ତାଲିକା ।ଧାମନଗର ଉପନିର୍ବାଚନ ପାଇଁ ସ୍ୱାଧୀନ ପାର୍ଥି ରାଜେନ୍ଦ୍ର ଦାସ ଙ୍କ ଷ୍ଟାର ପ୍ରଚାରକ ତାଲିକା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି | ପ୍ରଚାରକ ତାଲିକାରେ ମା, ବାପା, ଗୁରୁଜନ, ବୁର୍ଜୁଗ, ଚାଚା, ଚାଚି, ଗରିବ ଖଟିଖିଆ, କୃଷକ ଭାଇ, ଭାଇ ଓ ଭଉଣୀ ଏବଂ ସାଧାରଣ ଜନତା ଲେଖା ଥିବା ଏହି ଷ୍ଟାର ପ୍ରଚାରକ ତାଲିକା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି |ସେପଟେ ବିଜେଡିର ଏକ ନମ୍ବର ଷ୍ଟାର କ୍ୟାମ୍ପେନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ 8 ଜଣ ମନ୍ତ୍ରୀ ମଧ୍ୟ ମଇଦାନକୁ ଓହ୍ଲାଇବେ ।