ସୁପ୍ରିମକୋର୍ଟରୁ ପ୍୍ରଥମ ଲାଇଭି ଷ୍ଟ୍ରିମିଙ୍ଗି ଶୁଣାଣି ଆରମ୍ଭ ହୋଇଛି । ସୁପ୍ରିମକୋର୍ଟ ଇତିହାସରେ ଏହା ପ୍ରଥମଥର ଘଟିଥିବା କୁହାଯାଉଛି । ଆଜି ଏକ ମାମଲାର ଶୁଣାଣି ସମୟରେ ସଂପୂର୍ଣ୍ଣ ପକ୍ରିୟାକୁ ଲାଇଭି ଷ୍ଟ୍ରିମିଙ୍ଗ କରାଯାଇଛି । ୩ ଟି ପୃଥକ ସାମ୍ବିଧାନିକ ଖଣ୍ଡପୀଣ୍ଟର କାର୍ଯ୍ୟଧାରାର ଷ୍ଟ୍ରିମିଙ୍ଗ Webcast.govt.in/scindia ରେ ଉପଲବ୍ଧ ହେଉଛି । ଭାରତର ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ନେତୃତ୍ୟରେ ହୋଇଥିଲା ଶୁଣାଣି । ଇଡବ୍ଲୁଏସ୍ ଲାଗି କୋଟା ମାମଲାର ଶୁଣାଣି ହେଉଥିବା ବେଳେ ଏହି ମାମଲା ୧୦୩ ତମ ସମ୍ବିଧାନ ସଂଶୋଧନକୁ ଚ୍ୟାଲେଜଂ କରୁଛି । ସେହିପରି ମହାରଷ୍ଟ୍ରର ଶିବସେନା ଦଳରେ ଉପୁଗଜିଥିବା ବିଭାଜନକୁ ନେଇ ଏକ ଶୁଣାଣି ହୋଇଛି । ଏହାର ନେତୃତ୍ୟ ନେଇଥିଲେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୁଡ । ଜଷ୍ଟିସ୍ ଏସ୍କେ କୈ÷ାଲଙ୍କ ନେତୃତ୍ୟାଧୀନ ଖଣ୍ଡପୀଣ୍ଡ ଅଲ୍ ଇଣ୍ଡିଆ ବାର୍ ପରୀକ୍ଷା ସମ୍ଭଦ୍ଧରେ ଏକ ମାମଲା ର ଶୁଣାଣି କରିବେ ।