‘ଜରୁରୀ ଜିନିଷ ଆମଦାନୀ କରିବାରେ କୌଣସି ଭୁଲ ନାହିଁ ‘ : ପ୍ରତିରକ୍ଷା ମନ୍ତ୍ରୀ

ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେରିକା ଓ ଭାରତ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

0

(ଦିଲ୍ଲୀ) : ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେରିକା ଓ ଭାରତ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତ-ଆମେରିକା ୨+୨ ଆଲୋଚନା ସମୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ଜେ ବ୍ଲିଙ୍କେନ୍ ରୁଷରୁ ଭାରତ ତୈଳ କିଣିବା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ପ୍ରତି ଦେଶର ଭିନ୍ନ ଭିନ୍ନ ଆବଶ୍ୟକତା ରହିଛି। ନିଜ ଦେଶ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାରେ କୌଣସି ଭୁଲ ନାହିଁ। ହେଲେ ରୁଷରୁ ଏତେ ମାତ୍ରାରେ ତୈଳ ନକିଣିବାକୁ ଆମେ ଆମର ସମସ୍ତ ସହଯୋଗୀ ଦେଶକୁ ଅନୁରୋଧ କରୁଛୁ। ଭାରତ ମଧ୍ୟ ଏଥିରେ ସାମିଲ ଅଛି ବୋଲି ସେ କହିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ଦିନ ଭାରତ-ଅମେରିକା ୨+୨ ମନ୍ତ୍ରିସ୍ତରୀୟ ଆଲୋଚନାରେ ଭାଗ ନେବା ପାଇଁ ଆମେରିକା ପହଞ୍ଚିଥିଲେ। ଏଥିରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଲୟେଡ୍‌ ଅଷ୍ଟିନ ମଧ୍ୟ ଉପସ୍ଥିତ ଥିଲେ।